ମାଲକାନଗିରି,୧୫/୦୧(ପିପିଟି): ମାଲକାନଗିରି ସ୍ଥିତ ମାଲ୍ଯବନ୍ତ ଛାତ୍ରାବାସ ଠାରେ ଉତ୍କଳ ସାହିତ୍ଯ ସଂସଦ ତରଫରୁ ୧୮୦ତମ ବ୍ଯାସକବି ଫକୀର ମୋହନ ସେନାପତିଙ୍କ ୧୮୦ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ମାଲକାନଗିରି ମହାବିଦ୍ଯାଳୟର ଅଧ୍ଯାପକ ରଞ୍ଜନ କୁମାର ସ୍ବାଇଁ,ମୁଖ୍ଯବକ୍ତା ଭାବେ ପଡିଆ ଆଞ୍ଚଳିକ ମହାବିଦ୍ଯାଳୟର ଅଧ୍ଯକ୍ଷ ପରମାନନ୍ଦ ମହାପାତ୍ର, ସମ୍ମାନିତ ବକ୍ତା ଭାବେ ଶିକ୍ଷକ କବିର ମୋହନ ବେହେରା, ସମ୍ମାନିତ ଅତିଥି ଭାବେ ରାଜ୍ଯପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକୁମାର ବିଶ୍ବାଳ,କବି କଟିଆ ରତ୍ନ ବଂଶୀଧର ମହାରଣା, ମାଲ୍ଯବନ୍ତଶ୍ରୀର ସଂପାଦକ ମନୋଜ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ଅତିଥିମାନେ ବ୍ଯାସକବି ଫକୀର ମୋହନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଫକୀରମୋହନ ସେନାପତି ଓଡିଆ ଭାଷାର ବିଲୋପ ସମୟରେ ଜନ୍ମଗ୍ରହଣ କରି ଓଡିଆ ଭାଷାର ଉଦ୍ଧାକରିବାରେ ଯେଉଁ ସଂଘର୍ଷ ଜାରି ରଖିଥିଲେ ତାଙ୍କର ନିଷ୍ଠପର କାର୍ଯ୍ଯକୁ ସଦା ସର୍ବଦା ଏହି ଓଡିଆ ଜାତି ସ୍ମୃତି ଚାରଣ କରିବେ ବୋଲି କୁହାଯାଇଥିଲା । ସେ ଯେଉଁ କାଳଜୟୀ ଗଳ୍ପ ଏବଂ ଉପନ୍ଯାସ ରଚନା କରିଛନ୍ତି ଯୁଗେ ଯୁଗେ ଏହା ଜନମାନସରେ ଆଦୃତ. ହୋଇ ରହିବ । ଫକୀର ମୋହନଙ୍କ ଜୀବନୀ ତଥା ସାହିତ୍ଯ କୃତି ଉପରେ ଅତିଥିମାନେ ବିଭିନ୍ନ ଦିଗରୁ ଆଲୋକପାତ କରିଥିଲେ । ଫକୀର ମୋହନଙ୍କ ଓଡିଆ ଜାତି ପାଇଁ ଯେଉଁ ଅବଦାନ ରହିଛି ,ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଉ ବୋଲି ଉତ୍କଳ ସାହିତ୍ଯ ସଂସଦ ପକ୍ଷରୁ ଭାରତ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ଏହି ପରିପ୍ରକ୍ଷୀରେ ସାହିତ୍ଯ କୃତି ଏବଂ ଓଡିଆ ଭାଷାର ପ୍ରଚାର ପ୍ରସାର ଲାଗି ଯେଉଁ ବ୍ଯକ୍ତି ବିଶେଷଙ୍କ ନିଷ୍ଠାପର ଭୂମିକା ରହିଛି ମାଲକାନଗିରି ଉତ୍କଳ ସାହିତ୍ଯ ସଂସଦ ତଫରୁ ମୋହର ଏବଂ ମାନପତ୍ର ଦ୍ବାରା ପୁରସ୍କୃତ କରାଯାଇଥିଲା । ସେମାନେ ହେଲେ ପଟାଙ୍ଗିର ସୁକୁମାର ବିଶ୍ବାଳ, ସେମିଳିଗୁଡାର ବଂଶୀଧର ମହାରଣା,କବି କେଶବ ଚନ୍ଦ୍ର ନାୟକ,କବି ଅନନ୍ତ କିଶୋର ନନ୍ଦ, ଅଧ୍ଯକ୍ଷ ପରମାନନ୍ଦ ମହାପାତ୍ର, ଅଧ୍ଯାପକ ରଞ୍ଜନ କୁମାର ସ୍ବାଇଁ,କବି ମନୋଜ ସାହୁ ଏବଂ ବିଶ୍ବପ୍ରେରଣା ବେହେରା । ଶେଷରେ ଉତ୍କଳ ସାହିତ୍ଯ ସଂସଦ ସଂପାଦକ
ଅନନ୍ତ କିଶୋର ନନ୍ଦ ସ୍ବାଗତ ଭାଷଣ ସହ ଧନ୍ଯବାଦ ଅର୍ପଣ କରିଥିଲେ । ଦିବ୍ଯଜ୍ଯୋତି ପାଣିଗ୍ରାହୀ,ଶିକ୍ଷକ ସୂର୍ଯ୍ଯକାନ୍ତ ପାଣିଗ୍ରାହୀ,ଅଧ୍ଯାପକ ଉମେଶ ରାଉତ,ନୀଳକଣ୍ଠ ବେହେରା, ସୋନୁ ଅନୁଗୁ,ମହେଶ୍ବର ରାଉତ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)