ଉତ୍କଳ ସାହିତ୍ୟ ସଂସଦ ତରଫରୁ ବ୍ଯାସ କବି ଫକୀରମୋହନ ଜୟନ୍ତୀ ପାଳିତ ।

ମାଲକାନଗିରି,୧୪/୧(ପିପିଟି) : ମାଲକାନଗିରି ଉତ୍କଳ ସାହିତ୍ୟ ସଂସଦ ଦ୍ବାରା ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ଯାଳୟ ଠାରେ କଥା ସମ୍ରାଟ ବ୍ଯାସ କବି ଫକୀରମୋହନ ଙ୍କ ୧୮୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ପୌରହିତ୍ଯ କରିଥିବା ବେଳେ ମୁଖ ଅତିଥି ଭାବେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ, ମୁଖ୍ଯ ବକ୍ତା ଭାବେ ଶିକ୍ଷକ କବିର ମୋହନ ବେହେରା, ସମ୍ମାନିତ ଭାବେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଆଭାରାଣି ବିଶ୍ବାଳ, ସାହିତ୍ୟିକ ଦୁର୍ଯ୍ୟୋଧନ ମହାରଣା ମଞ୍ଚାସୀନ ଥିଲେ।
ସମ୍ମାନିତ ଅତିଥି ଶ୍ରୀମତୀ ଆଭାରାଣି ବିଶ୍ବାଳ ଫକୀର ମୋହନଙ୍କ କାଳଜୟୀ ଗଳ୍ପ ରେବତୀ ଉପରେ ଆଲୋକପାତ କରି ତତ୍କାଳୀନ ସମାଜରେ ନାରୀ ଶିକ୍ଷାର କରୁଣ ପରିଣତି ଉପରେ ଆଲୋକପାତ କରିବା ସହ ଛ’ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଚମ୍ପା ଚରିତ୍ର ଏବଂ ମଙ୍ଗରାଜ ଚରିତ୍ରକୁ ବିଶ୍ଲେଷଣ କରିଥିଲେ। ମୁଖ୍ଯ ଅତିଥି ମାଲକାନଗିରି ବନାଞ୍ଚଳ ଅଧିକାରୀ ଓଡିଆ ଭାଷା ସଂସ୍କୃତି ସାହିତ୍ୟକୁ ଯିଏ ଭଲ ନପାଏ, ସେ ସମାଜରେ ଜଣେ ସୁଗୁଣ ସଂପନ୍ନ ବ୍ଯକ୍ତି ପଦବାଚ୍ଯ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ମାଲକାନଗିରି ମାଟିରେ ଉତ୍କଳ ସାହିତ୍ୟ ସଂସଦ ର ପ୍ରତିଷ୍ଠା କବି କେଶବ ଚନ୍ଦ୍ର ନାୟକ ଓଡିଆ ଭାଷା ର ପ୍ରସାର ପ୍ରଚାର ଦିଗରେ ଯେଉଁ ଦୀର୍ଘ ଦିନର ପ୍ରୟାସ ଜାରି ରଖିଛନ୍ତି, ସେ ପ୍ରଶଂସାର ପତ୍ର। ଏହା ବ୍ଯତୀତ ପ୍ରତି ଦିନ ସେ କବିତା ଲେଖିବା ରେ ଅଭ୍ଯସ୍ତ। ଅତୀତରେ ଯେଉଁ କବିମାନେ ଲେଖନୀ ଚାଳନା କରି ଓଡିଆ ସାହିତ୍ୟ ଭଣ୍ଡାର କୁ ଉଦ୍ଧିମନ୍ତ କରିଛନ୍ତି, ସେମାନେ ଆମର ଚିର ନମସ୍ଯ। ଆମେ ମଧ୍ଯ କିଛି ଲେଖିବା ପାଇଁ ପ୍ରୟାସ ଜାରି ରଖିବା ଉଚିତ। ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ କହିଲେ ଆଜିର କଥା ସମ୍ରାଟ ଫକୀର ମୋହନଙ୍କ ଜୟନ୍ତୀ ରେ ସମସ୍ତେ ସକଳ୍ପ ନେବା ଯେ, ପ୍ରତିଦିନ କିଛି ନା କିଛି ସାହିତ୍ୟ ସୃଜନ କରି ଜଣେ ଜଣେ ଫକୀର ମୋହନଙ୍କ ଦାୟାଦ ହେବା ପାଇଁ ପ୍ରଚେଷ୍ଟା କରିବା । ଆଜି ଓଡିଶା ପାଠକ ମାନଙ୍କ ସଂଖ୍ଯା ଦ୍ରୁତ ଗତିରେ ହ୍ରାସ ପାଉଛି ।ଏହାର ଏକ ମାତ୍ର କାରଣ ଇଂରେଜ ଭାଷାକୁ ଗୁରୁତ୍ବ ଦେବା ଏବଂ ଓଡିଆ ଭାଷା ପ୍ରତି ବିମୁଖ ହେବା।ଏଣୁ ଏହି ସଂକଟକୁ ଦୂର କରିବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ୍।ଓଡିଶାରେ ଲେଖିବା ଓଡିଆରେ କହିବା।ଆମେ ଶ୍ରେୟ ଏବଂ ଦେଯ ହେବା ଉଚିତ୍। ଶେଷରେ ସଂପାଦକ
କବି ଅନନ୍ତ କିଶୋର ନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ।

(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Comments (0)
Add Comment