ମାଲକାନଗିରି,୦୧/୦୧(ପିପିଟି): ମାଲକାନଗିରି ସଦର ମହକୁମା ସ୍ଥିତ ମାଲ୍ଯବନ୍ତ ଛାତ୍ରାବାସ ଠାରେ ଉତ୍କଳ ସାହିତ୍ୟ ସଂସଦ ମାଲକାନଗିରି ତରଫରୁ ମଧ୍ଯ ରାତ୍ର କବିତା ଆସର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ସଭାପତିତ୍ବ କରିବା ବେଳେ ମୁଖ୍ଯ ଅତିଥି ଭାବେ ସୁସାହିତ୍ଯିକ ଗୋଲକ ଚନ୍ଦ୍ର ଦଳାଇ, ମୁଖ୍ଯ ବକ୍ତା ଭାବେ ମାଲ୍ଯବନ୍ତ ଶ୍ରୀରାମ ସଂପାଦକ ମନୋଜ ସାହୁ, ସମ୍ମାନିତ ଅତିଥି ଭାବେ ଡଃ ସରୋଜ ଦାଶ ଯୋଗଦେଇଥିଲେ। ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ଉତ୍କଳ ସାହିତ୍ୟ ସଂସଦର ପ୍ରାଣ ପ୍ରତିଷ୍ଠିତା କେଶବ ଚନ୍ଦ୍ର ନାୟକ ଙ୍କ ଉଦ୍ଯମ ଯୋଗୁଁ ଓଡ଼ିଆ ଭାଷା ପ୍ରଚାର ପ୍ରସାର ଦିଗରେ ଏକ ମାଇଲଖୁଣ୍ଟ ବୋଲି ମୁଖ୍ଯ ଅତିଥି ଶ୍ରୀ ଦଳେଇ ମତବ୍ୟକ୍ତ କରିଥିଲେ। ମୁଖ୍ଯ ବକ୍ତା ମନୋଜ ସାହୁ କହିଲେ ଯେ କେଶବ ଚନ୍ଦ୍ର ନାୟକଙ୍କ କବିତା ରଚନା ରେ ଅନୁପ୍ରାଣିତ ହୋଇ ମୁଁ କବିତା ରଚନା କରିପାରିଛି ବୋଲି ସେ କହିଥିଲେ। ଡଃ ସରୋଜ ଦାଶ କହିଲେ ଯେ ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକଙ୍କ ଓଡ଼ିଆ ସାହିତ୍ୟରେ ତାଙ୍କ ଅବଦାନକୁ ପ୍ରଶଂସା କରିବା ସହ ମାଲ୍ଯବନ୍ତ ମହୋତ୍ସବ ଅବକାଶ ରେ ଯେଉଁ “ସପ୍ତ ଧାରା” ପତ୍ରିକା ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରକାଶ ପାଉଛି, ସେଥିରେ ସାହିତ୍ଯିକ କେଶବ ଚନ୍ଦ୍ର ନାୟକଙ୍କ ସଂପାଦନା ଭୂମିକାର ଏକ ବିଶେଷ ଗୁରୁତ୍ବ ରହିଛି। ସେ ୨୦୦୩ ମସିହାରୁ ଏହି ସଂପାଦନା କାର୍ଯ୍ଯ ସୁଚାର ରୂପେ ନିର୍ବାହ କରିଆସୁଥିବା ପ୍ରକାଶ କରିଥିଲେ। ସାହିତ୍ୟ ସାଧନ ତାଙ୍କର ନିଶା। ପ୍ରତି ଦିନ ତାଙ୍କର କବିତା, ପ୍ରବନ୍ଧ ଓ ଗଳ୍ପ ଓଡ଼ିଶାର ଯେ କୌଣସି ପତ୍ରପତ୍ରିକା ରେ ପ୍ରକାଶ ପାଉଛ। ଏଣୁ ଶ୍ରୀ ନାୟକ କେବେ ପୁରସ୍କାର ପଛରେ ଗୋଡେଇ ନାହାଁନ୍ତି। ଉତ୍କଳ ସାହିତ୍ୟ ସଂସଦ ସଭାପତି କଲେ ଯେ କବିତା ହେଉଛି ମୋର ଚାଷ। ସବୁ ଦିନ ମତେ କିଛି ନା କିଛି ଲେଖିବାକୁ ଭଲ ପାଏ। ଆଜି ମଧ୍ଯ ମୁଁ ଲେଖି ଚାଲିଛି। ତେଣୁ ଓଡ଼ିଆ ଭାଷାତୁ ସମୃଦ୍ଧ କରିବା ପ୍ରତ୍ଯେକ ଓଡିଶାଙ୍କ ଦାୟିତ୍ୱ ଓ କର୍ତ୍ତବ୍ଯ ହେବା ଆବଶ୍ଯକ। ଉପସ୍ଥିତ କବିମାନେ ନୂତନ ବର୍ଷକୁ ସ୍ବାଗତ କରିବା ପରିପ୍ରେକ୍ଷୀରେ ନିଜ ନିଜର କବିତା ପାଠ କରିଥିଲେ। ଶେଷରେ ଅନନ୍ତ କିଶୋର ନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)