ମାଲକାନଗିରି,୧୦/୦୭(ପିପିଟି):ଆଜି ଉତ୍କଳ ସାହିତ୍ଯ ସଂସଦ, ମାଲକାନଗିରି,ଆନୁକୂଲ୍ଯରେ ତମସା ଛାତ୍ରାବାସ ଠାରେ ୭୩ତମ ବନ ମହୋତ୍ସବ ପାଳନ କରାଯାଇଛି । ଆୟୋଜିତ ବନ ମହୋତ୍ସବ-୨୦୨୨ କାର୍ଯକ୍ରମରେ ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ପୌରହିତ୍ଯ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ, ମୁଖ୍ଯ ବକ୍ତା ଭାବ. ଅବସର ପ୍ରାପ୍ତ ଅଧ୍ଯାପକ ଡ. ସରୋଜ ଦାଶ,ସମ୍ମାନିତ ଅତିଥି ଭାବେ ବନପାଳ ରମେଶ ଚନ୍ଦ୍ର ରାଉତ,ପିଇଟି ଶିକ୍ଷକ ସୂର୍ଯ୍ଯକାନ୍ତ ପାଣିଗ୍ରାହୀ,ହୃଷିକେଶ ପାଣଗ୍ରାହ ପ୍ରମୁଖ ଯୋଗ ଦେଇଥିଲେ ।ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ କହିଲେ ଯେ,ଉତ୍କଳ ସାହିତ୍ଯ ସଂସଦ ତରଫରୁ ପ୍ରତି ବର୍ଷ ବନ ମହୋତ୍ସବ ସମୟରେ ବୃକ୍ଷ ରୋପଣ ଭଳି ମହତ କାର୍ଯ୍ଯ କରାଯାଇ ଆସୁଅଛି । ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରେ ଯେପରି ଓଡିଆ ଭାଷାର ଉନ୍ନତି ଲାଗି ଉତ୍କଳ ସାହିତ୍ଯ ସଂସଦ ଏକ ଜାଗ୍ରତ ପ୍ରହରୀ ପରି ଦୀଘ ଦିନ ହେଲା କାର୍ଯ୍ଯ କରି ଆସୁଛି,ସେହି ପରି ପରିବେଶ ସୁରକ୍ଷା ଲାଗି ବୃକ୍ଷ ରୋପଣ କାର୍ଯ୍ଯକ୍ରମକୁ ହାତକୁ ନେଇଛି ।ମୁଖ୍ଯ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ କହିଲେ ଯେ ଆମେ ଯେପରି ନିଜର ପିତା ମାତାଙ୍କୁ ଭଲ ପାଉଛୁ,ସେହିପରି ଜଙ୍ଗଲକୁ ଆମେ ଭଲ ପାଇବା । ଜଙ୍ଗଲରେ ନିଆଁ ନଲଗାଇବା,ଜଙ୍ଗଲରେ ପଶୁ ଶିକାର ନକରିବା ଉଚିତ । ଆମେ ପ୍ରତି ବର୍ଷ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ସଂକଳ୍ପ ନେବା ଉଚିତ । ମୁଖ୍ଯ ବକ୍ତା ଡ. ସରୋଜ ଦାଶ ବୃକ୍ଷର ଉପକାରୀତା ଉପରେ ଉପସ୍ଥିତ ଛାତ୍ରମାନଙ୍କୁ ବୁଝାଇଥିଲେ । ଶେଷରେ ସଂସଦର ସଂପାଦକ ଅନନ୍ତ କିଶୋର ନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)