ଉତ୍କଳ ସାମ୍ବାଦିକ ସଂଘ, ଆମ ଓଡ଼ିଶା ଓ ବିପଦର ବନ୍ଧୁ ତରଫରୁ ରକ୍ତ ଦାନ ଶିବିର ।

ଭଞ୍ଜନଗର,୨୪/୦୯(ପିପିଟି): ଭଞ୍ଜନଗର ରକ୍ତଭଣ୍ଡାର ରେ ରକ୍ତର ଅଭାବ ପୂରଣ ସକାଶେ ଉତ୍କଳ ସାମ୍ବାଦିକ ସଂଘ,ଆମ ଓଡ଼ିଶା ଓ ସ୍ବେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଆୟୋଜନ ହୋଇଥିଲା। ଏଥିରେ ମୋଟ ୫୨ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ସମ୍ମାନିତ ଅତିଥି ରୂପେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଶିବିର ରେ ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ଶାଖାର ସଭାପତି ଜୟକୃଷ୍ଣ ପଟ୍ଟନାୟକ ପ୍ରଥମ ରକ୍ତଦାତା ଭାବେ ରକ୍ତଦାନ କରିଥିଲେ।ସେହିପରି ସଂଘର ଉପ ସଭାପତି ପ୍ରଦୀପ ସ୍ଵାଇଁ, ସଦସ୍ୟ ଚିନ୍ମୟ କୁମାର ବେବର୍ତ୍ତା, ରାଜେଶ କୁମାର ପଣ୍ଡା,ଅନୀଲ ସେଠୀ,ସୌମ୍ୟଜିତ ପ୍ରଧାନ ଓ ସୁଜିତ ବିଷୋୟୀଙ୍କ ସମେତ ବହୁ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ। ଏଥିରେ ଆମ ଓଡ଼ିଶା ପ୍ରତିନିଧି ବିଶ୍ବମ୍ବର ଜେନା,ସଂଘର ସମ୍ପାଦକ ରବୀନ୍ଦ୍ର ଗୌଡ଼, ଭବାନୀ ପାଳ, ନଚିକେତ ପ୍ରଧାନ, ନିଲୁ ବିଷୋୟୀ, ମନୋଜ ଗୌଡ଼, ଜଗନ୍ନାଥ ପ୍ରଧାନ, ଆଶିଷ ଗୌଡ଼, ଧନଞ୍ଜୟ ପଟ୍ଟନାୟକ, ଅଯୋଧ୍ୟା ନାଥ ମହାପାତ୍ର ଓ ବିପଦ ବନ୍ଧୁ ସଙ୍ଗଠନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment