ଉତ୍କଳ ଯୁବକ ସଂଘ ଅନୁଷ୍ଠାନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ।

ଶେରଗଡ,୦୪/୧୦(ପିପିଟି); ଶେରଗଡ଼ ବ୍ଳକ ଅନ୍ତର୍ଗତ ବି ନୂଆପଲ୍ଲୀ ଗ୍ରାମ ରେ ରବିବାର ଏକ ରକ୍ତଦାନ କାର୍ଯ୍ୟକ୍ରମ ଉତ୍କଳ ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ ଯୋଗ ଦେଇ ଶୁଭାରମ୍ଭ କରିଥିଲେ, ସମ୍ମାନିତ ଅତିଥି ଭାବେ ପଲ୍ଲି ବିକାଶ ପୋଡ଼ଙ୍ଗୀ ର ଉପଦେଷ୍ଟା କିରଣ କୁମାର ପାଢ଼ୀ ଯୋଗ ଦେଇ କୋରୋନା ମହାମରୀ ସମୟରେ ରକ୍ତ ର ଅଭାବ କେମିତି ଦୂର କରିବା ଓ ରକ୍ତଦାନ ର ମହତ୍ୱ ବିଷୟରେ କହିଥିଲେ ଏବଂ ଅନ୍ୟ ସମ୍ମାନିତ ଅତିଥି ଭାବେ ହିଞ୍ଜିଳିକାଟୁ ଥାନା ଏସଆଇ ମମତା କୁମାରୀ ସାମନ୍ତରାୟ, ଶରତ କୁମାର ରାୟ ଉପସ୍ଥିତ ଥିଲେ । ଆୟୋଜିତ ରକ୍ତଦାନ ଶିବିରରେ ବ୍ରହ୍ମପୁର ରକ୍ତ ଭଣ୍ଡାର ର କାର୍ଯ୍ୟକର୍ତା ମାନେ ସ୍ବେଚ୍ଛାସେବୀ ଅନୁଷ୍ଠାନର ସହଯୋଗ ରେ ୨୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପ୍ରାଥମିକ ଚିକିତ୍ସା ସରଞ୍ଜାମ ଓ ପ୍ରମାଣପତ୍ର ପ୍ରଦାନକରି ମୂଖ୍ୟ ଓ ସମ୍ମାନିତ ଅତିଥି ଗଣ ରକ୍ତଦାତାଙ୍କ ମନୋବଳ ଓ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଟୁନା ବିଶୋୟୀ ଆୟୋଜନ କରିଥିବା ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶଂସିତ କରିବା ସହ ସେବାକାର୍ଯ୍ୟକୁ ବ୍ଯାପକ କରିବା ପାଇଁ ପରାମର୍ଶ ଦେଇଥିଲେ । ଅତିଥି ଗଣ ଓ ରକ୍ତଦାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପଲ୍ଲିବିକାଶ ପୋଡ଼ଙ୍ଗୀ ର କୋଷାଧକ୍ଷ ଆଲୋକ କୁମାର ନାୟକ ପରିଚାଳନା କରିଥିଲେ । ବି ନୂଆପୋଲି ଗ୍ରାମର ବହୁତ ଯୁବକ ମାନେ ଏହି ରକ୍ତଦାନ ଶିବିରରେ ଉପସ୍ଥିତ ଥିଲେ । ଗ୍ରାମର ବହୁ ବୁଦ୍ଧିଜୀବୀ ମାନେ ଏହି କାର୍ଯ୍ଯକ୍ରମକୁ ନେଇ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପ ସଭାପତି ଅଶୋକ ବିଶୋୟୀ, ସଭାପତି ସୁଧାକର ସ୍ୱାଇଁ ମଙ୍ଗୁଳୁ ମହାରଣା, ଜିତେନ୍ଦ୍ର ବିଶୋୟୀ, ତପନ ବିଶୋୟୀ, ଅଜିତ ବିଶୋୟୀ, ଅରୁଣ ପାତ୍ର, ଶ୍ରୀନିବାସ ବିଶୋୟୀ, ସିଲୁ ବିଶୋୟୀ, ମାଧବାନନ୍ଦ ସ୍ୱାଇଁ, ଅମିତ ବିଶୋୟୀ, ରିଙ୍କୁ ବିଶୋୟୀ, ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ପାତ୍ର ,ପୂର୍ବତନ ସରପଞ୍ଚ ବରୁଣ କୁମାର ପୋଲାଇ, ତ୍ରିଦେବ ସ୍ୱାଇଁ ଙ୍କ ବହୁ ବ୍ୟକ୍ତି ସହଯୋଗ କରିଥିଲେ । (ରିପୋର୍ଟ – ଭିକୁ ନାୟକ ।)

Comments (0)
Add Comment