ଉତ୍କଳ ମହିଳା ସମିତି ପକ୍ଷରୁ ବିକ୍ଷୋଭ।

ଜଗତସିଂହପୁର,୦୮/୦୩(ପିପିଟି);ମାର୍ଚ୍ଚ ୮ ରେ ପ୍ରତିବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ, ଯେଉଁ ଦିନ ମହିଳାମାନଙ୍କ ସଫଳତାକୁ ପାଳନ କରିବା ଏବଂ ଲିଙ୍ଗଗତ ସମାନତା ବିଷୟରେ ସଚେତନତା ସୃଷ୍ଟି କରାଯାଏ । ଏହି ଅବସରରେ ମହିଳାମାନଙ୍କ ଉପରେ କ୍ରମଵର୍ଦ୍ଧିଷ୍ଣ ହିଂସା, ଅତ୍ୟାଚାର ,ଲିଙ୍ଗଗତ ବୈଷମ୍ୟ , ଅବହେଳିତ ଓ ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି ମହିଳାମାନଙ୍କ ସୁରକ୍ଷା ନିମନ୍ତେ ସୁନିଶ୍ଚିତ ପଦକ୍ଷେପ ନେବାକୁ ଉତ୍କଳ ମହିଳା ସମିତି (ଏନ୍ ଏଫ୍ ଆଇ ଡଵ୍ଲ୍ଯୁ), ଜଗତସିଂହପୁର ଜିଲ୍ଲା ମହିଳା ଶାଖା ତରଫରୁ ଜିଲ୍ଲାପାଳଙ୍କ ଠାରେ ଏକ ୭ ଦଫା ସମ୍ବଳିତ ଦାବିପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି । ଏନ୍ ଏଫ୍ ଆଇ ଡଵ୍ଲ୍ଯୁ , ରାଜ୍ୟ ଶାଖା ସଂଯୋଜିକା କୃଷ୍ଣପ୍ରିୟା ମିଶ୍ର, ଜିଲ୍ଲା ସଂପାଦିକା ଜିନ୍ମୟୀ ସାହାଣୀ, ସଦସ୍ଯା ରୋଜାଲିନ ଦାଶ ପ୍ରମୁଖଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଜଗତସିଂହପୁର ବଜାରର ଟାଉନ୍ ହଲ୍ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା । ଏଥିରେ ପ୍ରାୟ ଶତାଧିକ ମହିଳା ସଦସ୍ୟମାନେ ଯୋଗଦେଇଥିଲେ ।
(ରିପୋର୍ଟ : ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment