ଉତ୍କଳୀୟ ସଂସ୍କୃତିର ଅନନ୍ୟ ପାରମ୍ପରିକ ଓଷା ଖୁଦୁରୁକୁଣୀ ।

ବୋଲଗଡ଼,୨୪/୦୯(ପିପିଟି):ଉତ୍କଳୀୟ ସଂସ୍କୃତି ର ଅନନ୍ୟ ପାରମ୍ପରିକ ଓଷା ହେଉଛି ଖୁଦୁରୁକୁଣୀ ଓଷା ଏହାକୁ ଭାଲୁକୁଣି ଓଷା ବା ଢିଙ୍କି ଓଷା ଭାବରେ କିଛି ଅଞ୍ଚଳରେ ପରିଚିତ।ଏହି ଓଷା ମୁଖ୍ୟତଃ କୁମାରୀ ଝିଅମାନେ ପାଳନ କରିଥାନ୍ତି। ଅନେକ ଓଷାଠାରୁ ଏହା ଏକ ପ୍ରଧାନ ଓଷା । ଉକ୍ତ ଓଷା ଟି ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଦିନ ଏହି ଓଷା ପାଳନ କରାଯାଏ । ମା ମଙ୍ଗଳା ଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପନା କରିଥାନ୍ତି । ଝିଅମାନେ ପ୍ରଭାତ ସମୟରେ ଫୁଲ ସଂଗ୍ରହ କରି ମାଳ ଗୁନ୍ଥିଥାନ୍ତି ତାପରେ ସମସ୍ତେ ପୋଖରୀ କୁ ଯାଇ ସ୍ନାନ ସାରି ବାଲୁକା ପୂଜା କରି ନିଜର କୋଠି କୁ ଆସି ଭୋଗ ପୂଜା କରିଥାନ୍ତି ।ବିଶେଷ କରି ଏହି ଓଷା ରେ ଖୁଦଭଜା, ଲିଆ, ଉଖୁଡ଼ା ରେ ଭୋଗ କରାଯାଇଥାଏ। ସନ୍ଧ୍ୟା ସମୟରେ ତଅପୋଇ ଓଷାର ପୁରାଣ ପଢ଼ି ଏବଂ ବୋଇତ ବନ୍ଦାଣ କରନ୍ତି ଭାଲୁକୁଣୀ ଙ୍କ ନିକଟରେ ନିଜ ନିଜ ଭାଇର ମଙ୍ଗଳ ମନାସି ପୂଜାସାରି ଘରକୁ ଫେରିଥାନ୍ତି। ଓଡ଼ିଶାର ସାଧବ ପୁଅମାନେ ସୁଦୂର ଅତିତରେ ଦେଶ ବିଦେଶ କୁ ବଣିଜ କରିବା ନିମନ୍ତେ ଯାଉଥିଲେ। ସେହିପରି ଏକଦା ସାତ ସାଧବ ଭାଇ ଓ ଅଲିଅଳି ଭଉଣୀ ତଅପୋଇ କୁ ଭାଉଜ ମାନେ ଯାତନା ଦେବା ଓ ଖୁଦୁରୁକୁଣୀ ମା ମଙ୍ଗଳା ଙ୍କୁ ଭାବ ଭକ୍ତିରେ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ। ଝିଅ ମାନେ ଦୁରରେ ଥିବା ନିଜର ଆତ୍ମୀୟ ଓ ମୁଖ୍ୟତଃ ଭାଇ ମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳନ କରିଥାନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment