ଇପିଏ ଉଇକ୍ଲିର ମୁଖ୍ଯ ସମ୍ପାଦକ ଅନୀଲ ପ୍ରସାଦ ମିଶ୍ରଙ୍କ ପରଲୋକ।

ଭୁବନେଶ୍ବର,୨୧/୦୮(ପିପିଟି):ବରିଷ୍ଠ ଫଟୋ ସାମ୍ବାଦିକ ଅନୀଲ ପ୍ରସାଦ ମିଶ୍ରଙ୍କ ୬୩ ବର୍ଷ ବୟସରେ ପରଲୋକ ହୋଇଛି। ସେ ଅସୁସ୍ଥ ହୋଇ ଭୁବନେଶ୍ବର ସ୍ପର୍ଶ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ମଙ୍ଗଳବାର ରାତ୍ର ୧୦:୫୬ ସମୟରେ ଦେହାନ୍ତ ହୋଇଛି। ଖବରକାଗଜରୁ ସାମ୍ବାଦିକତା ଓ ଫଟୋଗ୍ରାଫ ଆରମ୍ଭ କରି ୧୯୮୪ ମସିହାରେ ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି ବା ଇପିଏ ପ୍ରତିଷ୍ଠା କରିଥିଲେ। ରାଜ୍ଯ, ଦେଶ ଓ ବିଦେଶର ମିଡିଆ ସଂସ୍ଥାକୁ ଫଟୋ, ନ୍ଯୁଜ୍ ଓ ଫିଚର ପଠାଉଥିଲେ। ପରବର୍ତ୍ତି ସମୟରେ ଇପିଏ ଉଇକ୍ଲି ଆରମ୍ଭ କରିଥିଲେ। ନିଜସ୍ବ ଉଦ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଫଟୋ ଗ୍ଯାଲେରି ଖୋଲିଥିଲେ। ସ୍ବର୍ଗତ ମିଶ୍ରଙ୍କ ପତ୍ନୀ ଅଞ୍ଜଳି ମିଶ୍ର ଇପିଏ ଉଇକ୍ଲିର ସମ୍ପାଦକ ଅଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ଯକ୍ତି, ବିଭିନ୍ନ ସଂଗଠନ ଶୋକ ପ୍ରକାଶ କରିଛନ୍ତି। ବୁଧବାର ଦିନ ପୁରୀ ସ୍ବର୍ଗଦ୍ବାର ଠାରେ ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତିମ ସଂସ୍କାର ସମୟରେ ବନ୍ଧୁ ବର୍ଗ, ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

Comments (0)
Add Comment