ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା ।

ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା ।

ପଦ୍ମପୁର,୨୫/୦୭(ପିପିଟି); ପଦ୍ମପୁର ବ୍ଲକ ଅଧିନସ୍ଥ ପଲସାପାଲି ପଞ୍ଚାୟତ ସାରଙ୍ଗପୁର ଗ୍ରାମ ରେ ପ୍ରତିବର୍ଷ ଚାଷୀ ଏବଂ ଗ୍ରାମବାସୀ ବର୍ଷା ପାଇଁ ଇନ୍ଦ୍ରଦେବକୁ ପୂଜା କରିଥାନ୍ତି ଏଥିରେ ବହୁତ ଜନସମାଗମ ଏବଂ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ କିନ୍ତୁ ଏ ବର୍ଷ କରୋନା କଟକଣା ପାଇଁ ସବୁ ନିୟମକୁ ଦୃଷ୍ଟି ରେ ରଖି ୧୦ ଜଣ ଲୋକଙ୍କୁ ନେଇ ବିଧି ମୁତାବକ ପୂଜାଅର୍ଚ୍ଚନା କରାଯାଇଥିଲା ଏଥିରେ ପୁରୋହିତ ଭାବେ ଅଶୋକ ପଣ୍ଡା ଏବଂ କର୍ତା ଭାବେ ବଳଦେବ ସାହୁ ,ଅଜୟ ସାହୁ ,ସୁରେଶ ସାହୁ ,କ୍ଷେତ୍ର ବାରିକ ପୂର୍ବତମ ୱାର୍ଡମେମ୍ବର ଶଶୀ ସାହୁ,ଟେଂଗୁନୁ ସାହୁ ,ରାଜରାମ ଭୋଇ,ଉଦୀୟମାନ ଏ ଅଞ୍ଚଳର ସମାଜସେବୀ ନିଳାଞ୍ଚଳ ଦରୁଆନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment