ଇଥାନାଲ ମିଶ୍ରିତ ପେଟ୍ରୋଲ ବିକ୍ରି ଜନବିରୋଧୀ: ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ।

ଯାଜପୁର,୦୯/୦୮(ପିପିଟି):ପେଟ୍ରୋଲ ଆମ ଦେଶର ନୁହେଁ, ବିଦେଶରୁ ଆସୁଛି, ଯାହା ଫଳରେ ପ୍ରଚୁର ବୈଦେଶିକ ମୁଦ୍ରା ବ୍ୟୟ ହେଉଛି, ଭାରତର ଆର୍ଥକ ବୋଝ ରେ ବଡ଼ ପ୍ରଭାବ ପଡ଼ୁଛି, ଯାହା ଦେଶର ଆର୍ଥିକ ସ୍ଥିତି କୁ ସର୍ବଦା ଚାପରେ ରଖୁଛି, ବୈଦେଶିକ ମୁଦ୍ରା ଭଣ୍ଡାର କମୁଛି, ମଧ୍ୟ ପ୍ରାଚରେ ଅସ୍ଥିରତା ହେଲେ ଆମ ଅର୍ଥନୀତି ଦୋହଲୁଛି, ଟଙ୍କା ଦୁର୍ବଳ ହେଉଛି, ମୁଦ୍ରାସ୍ପିତି ବଡ଼ୁଛି, ଜନ ଜୀବନ ପ୍ରଭାବିତ ହେଉଛି, ଦରଦାମ ବେଲଗାମ ହେଉଛି ।ଦେଶର ଅର୍ଥନୀତି, ବିଦେଶୀ ଅର୍ଥ ଭଣ୍ଡାର ସହ ଟଙ୍କାର ମୂଲ୍ୟ ରେ ସୁଧାର ହେବ ବୋଲି ସରକାର କହି ପେଟ୍ରୋଲ ରେ ଇଥାନାଳ ର ଅନୁପାତ ପ୍ରଥମେ ୦୫:୯୫, ପରେ ୧୦:୯୦,୧୫:୮୫ ଓ ଏବେ ୨୦:୮୦ ରେ ବିଳିବା ଜାରି ରଖୁଛନ୍ତି ।

କିନ୍ତୁ ପେଟ୍ରୋଲ ମୂଲ୍ୟରେ କିଛି ପରିବର୍ତନ ହୋଇନି ବରଂ ବଢ଼ି ଚାଲିଛି । ଗାଡ଼ିମାଲିକଙ୍କ ଅଭିଯୋଗ ହେଉଛି ଇ -୨୦ ପେଟ୍ରୋଲ ଯୋଗୁଁ ଗାଡିର ମାଇଲେଜ‌ କମିଛି, ପୁରୁଣା ଗାଡି ର ଇଂଜିନ ଉପରେ ଗଭୀର ପ୍ରଭାବ ପଡ଼ୁଛି, ବହୁ ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଲାଣି ।ଏ ନେଇ ସୋସିଆଲ ମିଡିଆରେଦେଶ ବ୍ୟାପି ଝଡ଼ ପରେ ଗଡ଼କରି ନାଲିଆଖ୍ ଦେଖାଇଲେ, ମାମଲା ପହଁଚିଲା ସୁପ୍ରିମ କୋର୍ଟ ରେ, କୋର୍ଟ ସରକାରଙ୍କୁ ଏ ନେଇ କୈଫତ ମାଗିଲେ, ସରକାର ଅଜବ ଉତ୍ତର ବି ରଖୁଲେ ଯାହାକୁ ଶୁଣି ଅନେକଙ୍କ ମୁଣ୍ଡ ଟିଣ । ଇ -୨୦ ବ୍ୟବହାର ର ପ୍ରକୃତରେ ଭଲ ମନ୍ଦ ପ୍ରଭାବ ଉପରେ

ପରୀକ୍ଷଣ ଚାଲିଛି, ବର୍ଷେ ଭିତରେ ତାର ପ୍ରଭାବ ଜଣା ପଡିବ । ଏଠି ପ୍ରଶ୍ନ ଉଠୁଛି ପରୀକ୍ଷଣ ନା ଶୋଷଣ, ଯଦି ପରୀକ୍ଷଣ ତେବେ କିଛି ଗାଡ଼ିରେ କରାଯାଇ ପାରିଥାନ୍ତା, ତା ନ ହୋଇ ଦେଶ ସାରା ସବୁ ଗାଡ଼ିରେ ବ୍ୟବହାର କରି କେଉଁ ଉଦେଶ୍ୟ ସାଧୂତ ହେଉଛି ବୋଲି ସାଧାରଣ ଲୋକେ ପ୍ରଶ୍ନ କଲେଣି । ଖୋଦ ପେଟ୍ରୋଲିୟମ ମନ୍ତ୍ରୀ ବି ସ୍ଵୀକାର କଲେଣି ହଁ ଟିକେ ମାଇଲେଜ କମୁଛି । କେବଳ ଇ-୨୦ ଏଥିପାଇଁ ଦାୟୀ ନୁହେଁ, ସଡ଼କ ଅବସ୍ଥା, ଡ୍ରାଇଭିଙ୍ଗି ଓ ଗାଡିର ମେଣ୍ଟେନ୍ଟା ବି କିଛି ପରିମାଣରେ ଦାୟୀ । ଯାହାକୁ ନେଇ ସାରା ଦେଶରେ ପ୍ରତିବାଦ ସ୍ୱର ଉଠୁଥିବା ବେଳେ ଆମ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦା ର ପୂର୍ବତନ ବିଧାୟକ, ଜେନ -ଡେ ଙ୍କ ନେତୃତ୍ବ ନେଇଥିବା ପ୍ରୀତିରଞ୍ଜନ ଘଡ଼ାଇ ଆଜି ନିଜର ସୋସିଆଲ ମିଡ଼ିଆ ମାଧ୍ୟମରେ ଇ-୨୦ କୁ ନେଇ ବର୍ଷିଛନ୍ତି । ସିଧା ସିଧା ସରକାରଙ୍କୁ ନିଶାନା କରି କହିଛନ୍ତି ଏହା ଜନ ବିରୋଧ, ଲୋକଙ୍କୁ

ଲୁଟିବା ଓ ପ୍ରତାରିତ କରିବା ଛଡା ଅନ୍ୟ କିଛି ନୁହେଁ ।କିଏ ଲୁଚିକି ଚୋରି କରନ୍ତି କିନ୍ତୁ ଏଠି ଦିନ ଦ୍ବି ପ୍ରହରେ ଗ୍ରାହକ ଙ୍କ ଆଖୁ ସାମ୍ନାରେ ଡକାୟତ ହେଉଛି ।ଗାଡି ମାଲିକ ଶୋଷିତ ହେଉଛି, ଗାଡିର ମାଇଲେଜ କମୁଛି, ଇଥାନାଲ ମିଶ୍ରଣ ଫଳରେ ଭୟରେ ଗାଳି ନିର୍ମାତା ମୁହଁ ଖୋଲୁ ନାହାନ୍ତି, ବୀମା କମ୍ପାନୀ ବୀମା ପ୍ରଦାନ ରେ କୁନଥ ଙ୍କୁ ଥୁ, ସୁପ୍ରିମ କୋର୍ଟ ସରକାରଙ୍କୁ ପ୍ରଶ୍ନ କରୁଛି, ଗ୍ରାହକ ତେଲ ମୂଲ୍ୟ ନେଇ ଜବାବ ମାଗୁଛି, ଆମେରିକା ଧମାଳାଉଛି ହେଲେ ଏଠି ସରକାର ସବୁ ଲୁଟି ଚାଲିଛି, ଆଉ ଜନତାଙ୍କୁ ଆଇନା ଦେଖାଉଛି । ଯିଏ ଜୀବନ କାଳ ଭିତରେ ସଂଚୟ କରି ନିଜ ସ୍ୱପ୍ନ ର ଜାନ ବା ଗାଡିଟିଏ କରିଥିଲା ତାହା ଆଜି ବିପଦରେ, ଅଳ୍ପ ଦିନ ପରେ ଅଚଳ ସହ ରାସ୍ତାରୁ ହଟିବ, ଇ-୨୦ ବିକି ଲୋକଙ୍କ ପକେଟ ଅର୍ଥ କୁ ଶୋସୁଛି ସରକାର, ଯାହା ସମ୍ପୂର୍ଣ ଜଣ ବିରୋଧ । ତେଣୁ ଲ -୨୦ ବ୍ୟବହାର ପୂର୍ବରୁ ଦେଶ ବାସୀଙ୍କ ବିଶେଷ କରି ଗାଡି ମାଲିକଙ୍କ ମତାମତ ନେବାର ଥିଲା । ତାହା ନ କରି ଉଚ୍ଚ ମୂଲ୍ୟରେ ଇଥାନାଲ ବିକୁଛି ନା ଚାଷି ଲାଭବାନ ହେଉଛି ନା ଦେଶ ଲାଭବାନ ହେଉଛି କିଏ ମାଲେ ମାଲ ହେଉଛି ସାଧାରଣ ଜନତା ବୁଝି ସାରିଲେଣି ବୋଲି ଜ୍ୟାନି ଘଡ଼ାଇ କହିବା ସହ ତୁରନ୍ତ ଏ ଶୋଷଣ ଓ ଜନ ବିରୋଧ ବ୍ୟବସ୍ଥା ବନ୍ଦ କରିବାକୁ ସରକାର ଙ୍କୁ ଚେତାବନୀ ଦେଇଛନ୍ତି । ଏ ନେଇ ବିତର୍କ ଓ ଜନମତର ଆବଶ୍ୟକ‌ତା ରହିଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।

Comments (0)
Add Comment