ଇଂରାଜୀ ୨୦୨୬ ନୂତନ ବର୍ଷ ପାଇଁ ନାଚଗୀତ ସହ ଭୋଜିଭାତର ଆସର ଜମୁଛି।

ବୋଲଗଡ଼,୦୨/୦୧(ପିପିଟି): ଇଂରାଜୀ ୨୦୨୫ ମସିହାକୁ ସମସ୍ତେ ବିଦାୟ ଦେଇ ନୂତନ ବର୍ଷ ୨୦୨୬ ମସିହାକୁ ସ୍ୱାଗତ କରିଛନ୍ତି। ଏଥିପାଇଁ ଲୋକ ମାନଙ୍କ ମନରେ ଅସରନ୍ତି ଆନନ୍ଦ ଖେଳିଯାଇଛି। ସବୁଠି ନୂଆବର୍ଷକୁ ସ୍ୱାଗତ କରିବାପାଇଁ ଉତ୍ସାହ ଓ ଉଦ୍ଦୀପନା ଲାଗିରହିଛି । ନାଚଗୀତ ସହ ଭୋଜି ଭାତ ର ଆସର ଜମାଇ ସମସ୍ତେ ମସଗୁଲ ହୋଇଥିଲେ। କିଏ ଡିଜେ ବଜାଇ ବଣ ଭୋଜି ବ୍ୟସ୍ତ ଥିବାବେଳେ କିଏ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ନୂତନ ବର୍ଷକୁ କରୁଛନ୍ତି ତ ଆଉ କିଏ ପରିବାର ଏହି ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ଯାଇ ଆଶ୍ରୀବାଦ ଭିକ୍ଷା କରୁଛନ୍ତି । ସ୍ୱାଦିଷ୍ଠ ଖାଦ୍ୟ ସାଙ୍ଗକୁ ପରଷ୍ପର ଶୁଭେଛା ଜଣାଇ ନୂଆ ବର୍ଷକୁ ସ୍ୱାଗତ କରୁଛନ୍ତି। ଅପରପକ୍ଷରେ ସୋସିଆଲ ମିଡ଼ିଆରେ ପରଷ୍ପରକୁ ନୂତନ ବର୍ଷର ସୁଭେଛା ଓ ଅଭିନନ୍ଦନ ଜଣାଉଛନ୍ତି। ଯାହାକି ବର୍ତ୍ତମାନ ସମୟରେ ମୁଖ୍ୟ ମାଧ୍ୟମ ପାଲଟିଛି। ଦିନ ଥିଲା ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଗ୍ରୀଟିଙ୍ଗ୍ସ କାର୍ଡ ବ୍ୟବହାର କରାଯାଉଥିଲା। କିନ୍ତୁ ସମୟ ବଦଳିଛି ସୋସିଆଲ୍ ମିଡିଆ ପାଇଁ ଗ୍ରୀଟିଙ୍ଗ୍ସ କାର୍ଡର ବ୍ୟବହାର କମିଥିବାର ଦେଖି ବାକୁ ମିଳିଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment