ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନର ଶୁଭାରମ୍ଭ ।

ମାଲକାନଗିରି,୧୧/୦୪(ପିପିଟି) :ଆଜି ମାଲକାନଗିରି ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ମାଲକାନଗିରି ବିଧାୟକ ନରସିଂହ ମାଡକାମି ପଦ୍ମଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଭାରମ୍ଭ କରିଥିବା ବେଳେ ଓ ମାଲକାନଗିରି ସଦର ବ୍ଲକ କଟେଲିଗୁଡା ଏୟାରଷ୍ଟ୍ରିପ୍ ନିକଟରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଶୁଭାରମ୍ବ କରିଛନ୍ତିା ସେହିପରି ପାଙ୍ଗାମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଗୋବିନ୍ଦପାଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁଖ୍ୟ କାର୍ଯ୍ୟ ନିର୍ବାର୍ହୀ ଅଧିକାରୀ, ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ମୁଦୁଲିପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏମ୍‌. ଜଗନ୍ନାଥ ରାଓ, ଚିତ୍ରକୋଣ୍ଡା ବ୍ଲକ ଜାନବାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଶୁଭାରମ୍ଭ କରିଛନ୍ତିା ସେହିପରି କାଲିମେଳା ବ୍ଲକ ପାପୁଲୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ଓ ମାଲକାନଗିରି ସହରାଞ୍ଚଚଳ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡିଆମି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତିା ତେବେ ଅନ୍ୟ ୧୯ କେନ୍ଦ୍ର ଯଥା ପାଣ୍ଡିପାଣି ପଂଚାୟତର ବୀରଲକ୍ଷ୍ମଣପୁର, ମାଥିଲି ବ୍ଲକର ସାଲିମି, କିଆଙ୍ଗ, କାଳିଆଗୁଡା, ଭେଜାଗୁଡା, ଖଇରପୁଟ ବ୍ଲକର ପୋଡଘାଟ, ଚିତ୍ରକୋଣ୍ଡା ବ୍ଲକର ଜଡାମ୍ବ, ପାପୁଲୁର, କୋରୁକୋଣ୍ଡା ବ୍ଲକର ମାଟାପାକା, ତୁମୁସାପଲ୍ଲୀ, ଏମ୍‌.ଭି,. ୪୭, ଏମ୍‌.ଭି. ୧୯, ବାଲିମେଳା, କାଲିମେଳା ବ୍ଲକର କୋଇକୋଣ୍ଡା, ମାନ୍ୟମକୋଣ୍ଡା, ଏମ୍‌.ଭି. ୫୫, ପଡିଆ ବ୍ଲକର ଧରମପାଲ୍ଲୀ, ଏମ୍‌.ଭି. ୭୯, ମୋଟୁ ଜନ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ସେହି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ସ୍ଥାନୀୟ ଜନ ପ୍ରତିନିଧି ମାନେ ଶୁଭାରମ୍ଭ କରିଛନ୍ତି । ପ୍ରତ୍ୟେକ ଜନ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୫ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ କାର୍ଡ ବିତରଣ କରା ଯାଇଥିବା ବେଳେ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାରେ ୨ଲ କ୍ଷ ୨୨ ହଜାର ହିତାଧିକାରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କାର୍ଡ ପାଇବ । ଏଥିସହ ୭୦ ବର୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀମାନେ ଯେଉଁମାନେ ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଛନ୍ତି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରା ଯାଇ କାର୍ଡ ପ୍ରଦାନ କରାଯିବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ରାଓ ପ୍ରକାଶ କରିଛନ୍ତି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment