ଆସ ସ୍କୁଲ ଯିବା -ଅଭିଯାନ ପଦଯାତ୍ରା।

ବୋଲଗଡ଼,୧୭/୦୯(ପିପିଟି):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଖଙ୍ଗୁରିଆ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମିଳିତ ଉଦ୍ୟମରେ ଆୟୋଜିତ “ଆସ ସ୍କୁଲ ଯିବା” ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ନିରନ୍ତର ଶିକ୍ଷା ଗ୍ରହଣ ପ୍ରତି ଆକୃଷ୍ଟ କରିବା ପାଇଁଁ ଖଙ୍ଗୁରିଆ ଗ୍ରାମ ର ସବୁ ସାହି ରେ ସଚେତନତା ସୃଷ୍ଟି କରାଯାଇଛି। ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଏହି ପଦଯାତ୍ରା କୁ ଉଦଘାଟନ କରି ଏବଂ ସମ୍ପୂର୍ଣ ଯୋଗଦାନ କରି ଗ୍ରାମ ପରିକ୍ରମା କରିଥିଲେ। ପିଲାମାନେ ବିଭିନ୍ନ ସଚେତନତା ମୂଳକ ସ୍ଳୋଗାନ ଦେଇଥିଲେ।ଖଙ୍ଗୁରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶେଖ୍ ଉମର ଫାରୁକ୍ ଏବଂ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁବାଳା ବଳିୟାର ସିଂହଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା। ସହକାରୀ ଶିକ୍ଷକ ଅପର୍ତି ଅଟ୍ଟ , ଶିକ୍ଷୟିତ୍ରୀ ମୀନା ସେନାପତି,ସୋନାଲିସା ପ୍ରଧାନ, କନକଲତା ଦେଇ ଓ ଗୀତାଞ୍ଜଳି ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment