ଆସ୍କା ବିଧାୟିକାଙ୍କ ଦ୍ବାରା ଭତ୍ତା ଓ ଟ୍ରାୟ ସାଇକେଲ ବଣ୍ଟନ ।

କବିସୂର୍ଯ୍ଯ ନଗର,୨୭/୧୧(ପିପିଟି); କବିସୂର୍ଯ୍ଯ ନଗର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଜି ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା,ବିକଳାଙ୍ଗଙ୍କ ପାଇଁ ଆଶା ବାଡି ଓ ଟ୍ରାୟ ସାଇକେଲ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ ଯୋଗ ଦେଇ ହିତାଧିକାରୀଙ୍କୁ ସମସ୍ତ ଭତ୍ତା ଓ ଉପକରଣ ବଣ୍ଟନ କରିଥିଲେ । ବ୍ଲକ ଅଧ୍ଯକ୍ଷ ସନ୍ତୋଷ କୁମାର ପାଢୀ,ବିଡିଓ ବାସୁଦେବ ନାୟକ,ଉପାଧ୍ୟକ୍ଷ ସଙ୍ଗୀତା ସ୍ବାଇଁ,ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ବାଇଁ  କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

(ରିପୋର୍ଟ – ଉମାଚରଣ ପଟ୍ଟନାୟକ ।)

Comments (0)
Add Comment