ଆସିକା ସମବାୟ ଚିନିଶିଳ୍ପକୁ ଜାତୀୟ ଦକ୍ଷତା ପୁରସ୍କାର ।

ବ୍ରହ୍ମପୁର,୨୨/୦୯(ପିପିଟି): ଆସିକା ସମବାୟ ଚିନିଶିଳ୍ପ ଲିମିଟେଡ୍‌କୁ ୨୦୨୫-୨୬ ବର୍ଷ ପାଇଁ ଜାତୀୟ ସମବାୟ ଚିନିଶିଳ୍ପ ମହାସଂଘ, ନୂଆଦିଲ୍ଲୀ ପକ୍ଷରୁ ‘ଜାତୀୟ ଦକ୍ଷତା ପୁରସ୍କାର’ ପ୍ରଦାନ କରାଯାଇଛି ।

ସେପ୍ଟେମ୍ବର ୨୨ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ସଭାପତି ରବୀନ୍ଦ୍ର ପଣ୍ଡା ଏବଂ ପରିଚାଳନା ନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ପଣ୍ଡାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ ।

ଆଖୁଚାଷୀଙ୍କ ସହଯୋଗ,ଉନ୍ନତ କୃଷି ପ୍ରଣାଳୀର ପ୍ରୟୋଗ,ଆଖୁ ପରିବହନରେ ସହାୟତା, ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ବିଭିନ୍ନ ସାମାଜିକ ଓ କଲ୍ୟାଣମୂଳକ ପଦକ୍ଷେପ ଆସିକା ସମବାୟ ଚିନିଶିଳ୍ପର ଏହି ସଫଳତାର ପ୍ରମୁଖ ଆଧାର ହୋଇଛି ।

ଏହି ଜାତୀୟ ପୁରସ୍କାର ଆସିକା ସମବାୟ ଚିନିଶିଳ୍ପ ସହ ଜଡ଼ିତ ଆଖୁଚାଷୀ,କର୍ମଚାରୀ ଓ ଅନ୍ୟ ସମସ୍ତ ଅଂଶୀଦାରଙ୍କ ମନରେ ଖୁସି ଆଣିଛି ।

Comments (0)
Add Comment