ଆସିକାରେ ଇନଣ୍ଡୋର ଷ୍ଟାଡିୟମ ନିର୍ମାଣ ହେବ, ବିଧାୟିକା ଓ ଖେଳାଳି ମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ।

ଆସିକା,୧୦/୦୮(ପିପିଟି); ଆସିକାରେ ନିର୍ମାଣ ହେବ ଇନଣ୍ଡୋର ଷ୍ଟାଡିୟମ । କ୍ରୀଡାର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଗତ କାଲି ୮୯ ଗୋଟି ଇନଣ୍ଡୋର ଷ୍ଟାଡିଅମ ନିର୍ମାଣ ପାଇଁ ମଞ୍ଜୁର ପ୍ରଦାନ କରିଛନ୍ତି । ସେଥି ମଧ୍ୟରେ ଆସିକାକୁ ସ୍ଥାନ ଦେଇଥିବାରୁ ବିଧାୟିକା ମଞ୍ଜୁଳା ସ୍ୱାଇଁ ଏବଂ ଆସିକ ଅଞ୍ଚଳର ସୁନାମ ଧନ୍ୟ ଖେଳାଳିଙ୍କ ଉପସ୍ଥିତରେ ଏକ ରାଲି ମାଧ୍ୟମରେ ଆସିକା ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଆସିକା ଠାରେ ଇନଣ୍ଡୋର ଷ୍ଟାଡିୟମ ନିର୍ମାଣ ହେବା ଦ୍ବାର କ୍ରୀଡାର ଏକ ହବ ରେ ପରିଣତ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Comments (0)
Add Comment