ଆସନ୍ତୁ ହାତ ମିଳାଇବା, ସମସ୍ତ ଟ୍ରାଫିକ ନିୟମ ମାନିବା, ଜୀବନ ସୁରକ୍ଷିତ ରଖିବା : ଆଇଜିପି ଡାକ୍ତର ସତ୍ୟଜିତ୍ ନାୟକ ।

କଟକ,୦୮/୦୯(ପିପିଟି): ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହ୍ରାସ ପାଇଁ ସମସ୍ତେ ଏକାଠି ହୋଇ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ। ଟ୍ରାଫିକ ନିୟମ ମାନିବା କେବଳ ଆଇନଗତ ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ଜୀବନ ସୁରକ୍ଷା ସହ ଜଡ଼ିତ ବୋଲି ଆଇଜିପି ଡାକ୍ତର ସତ୍ୟଜିତ୍ ନାୟକ କହିଛନ୍ତି।

ସେ କହିଛନ୍ତି, ଦ୍ରୁତ ଗତିରେ ଗାଡ଼ି ଚଳାଇବା, ହେଲମେଟ୍ ଓ ସିଟ୍‌ବେଲ୍ଟ ବ୍ୟବହାର ନକରିବା, ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ଟ୍ରାଫିକ ସଙ୍କେତ ଅବମାନନା କରିବା ଭଳି ଅସାବଧାନତା ଅନେକ ସମୟରେ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟୁଛି।

ସଡ଼କରେ ନିଜ ସହ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ସଚେତନ ରହିବାକୁ ସେ ଆହ୍ୱାନ ଦେଇଛନ୍ତି। ଦୁଇଚକିଆ ଯାନ ଚାଳକ ହେଲମେଟ୍ ପିନ୍ଧିବା, କାର୍‌ ଚାଳକ ସିଟ୍‌ବେଲ୍ଟ ବାନ୍ଧିବା ସହ ଟ୍ରାଫିକ ନିୟମ ଓ ରାସ୍ତାରେ ଲାଗିଥିବା ସମସ୍ତ ସଙ୍କେତକୁ ମାନିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

“ଆସନ୍ତୁ ହାତ ହାତରେ ମିଶାଇବା, ସମସ୍ତ ଟ୍ରାଫିକ ନିୟମ ମାନିବା ଏବଂ ନିଜ ସହ ଅନ୍ୟମାନଙ୍କ ଜୀବନକୁ ସୁରକ୍ଷିତ ରଖିବା,” ବୋଲି ଆଇଜିପି ଡାକ୍ତର ସତ୍ୟଜିତ୍ ନାୟକ ଆହ୍ୱାନ ଦେଇଛନ୍ତି।

ସଡ଼କ ସୁରକ୍ଷା କେବଳ ପୋଲିସ କିମ୍ବା ପ୍ରଶାସନର ଦାୟିତ୍ୱ ନୁହେଁ। ପ୍ରତ୍ୟେକ ନାଗରିକ ସଚେତନ ହେଲେ ହିଁ ସଡ଼କ ଦୁର୍ଘଟଣାକୁ ଅନେକ ମାତ୍ରାରେ ରୋକାଯାଇପାରିବ। ତେଣୁ ସୁରକ୍ଷିତ ଯାତ୍ରା ପାଇଁ ସମସ୍ତେ ଟ୍ରାଫିକ ନିୟମ ପାଳନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ।

Comments (0)
Add Comment