ଆସନ୍ତୁ ସମସ୍ତେ ମିଶି ବନ୍ଦପାଳନକୁ ସଫଳ କରିବା ।

ପଦ୍ମପୁର,୨୬/୦୯(ପିପିଟି); ସଂପ୍ରତି ବିଶ୍ୱକୁ ଗ୍ରାସ କରିଚାଲିଥିବା କରୋନା ମହାମାରୀ ଖୁବ ଯୋରରେ ତାର କାୟାବିସ୍ତାର କରି ଆଗକୁ ଆଗକୁ ହୁହୁ ହୋଇ ମାଡିଚାଲିଛି । ଆମ ସହର ପଦ୍ମପୁର ତଥା ଗ୍ରାମାଂଚଳର ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ପଦ୍ମପୁର ସ୍ଥିତ ବଣିକ ସଙ୍ଘ,ଓକିଲ ସଙ୍ଘ,ପଦ୍ମପୁର ନାଗରୀକ କମିଟୀ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ସଂଘ ମାନଙ୍କ ପକ୍ଷରୁ ଧନଜୀବନ କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟ ରେ ଆସନ୍ତା ତା-୨୮.୯.୨୦୨୦ ସୋମବାର ରାତ୍ର ୯ ଘଟିକା ସମୟ ରୁ ଆସନ୍ତା ତା-୦୫.୧୦.୨୦୨୦ ସୋମବାର ମଧ୍ୟରାତ୍ର ପଦ୍ମପୁର ସହରାଂଚଳ ରେ ଥିବା ସମସ୍ତ ଦୋକାନ ବଜାର ଏପରିକି ଉଠାଦୋକାନ ଠାରୁ ଆରମ୍ଭ କରି ଦୈନିକ ବଜାର(ହଟଲି) ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅତ୍ୟାବଶ୍ୟକିୟ ସେବା ପ୍ରଦାନ କରୁଥିବା କେତେକ ଦୋକାନ ଯଥା,ଓୌଷଧ ଦୋକାନ, ଚାଷୀମାନଙ୍କ ପାଇଁ ସାର ଓ କୀଟନାଶକ ଦୋକାନ,କ୍ଷୀର ଦୋକାନ,ପେଟ୍ରୋଲ ଓ ଡିଜେଲ ପମ୍ପ ସମେତ ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ଅନ ଲାଇନ ଫର୍ମ ପୂରଣ ସକାଶେ କମ୍ପୁଟର ଦୋକାନ ଖୋଲାରହିବ । ପୁନଶ୍ଚ ଜନସାଧାରଣ ଙ୍କୁ ନିବେଦନ ଏହିକି ଅତି ଜରୁରୀ କାମ ନଥିଲେ ଘରୁ ପଦାକୁ ବାହାରନ୍ତୁ ନାହିଁ,ଅବଶ୍ୟ ଘରୁ ପଦାକୁ କୌଣସି ଜରୁରୀ କାମରେ ବାହାରିଲେ ନିଶ୍ଚିତ ଭାବେ ମୁହଁ ରେ ମାକ୍ସ ସଦାସର୍ବଦା ଲଗାଇ ବାହାରିବା ସଙ୍ଗେସଙ୍ଗେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେବେ । ଏଣୁ ଆସନ୍ତୁ ସମସ୍ତେ ମିଶି ସରସ ସୁନ୍ଦର ବୋଡାସମ୍ବର ଅଂଚଳକୁ ସମ୍ମାନ ଦେବା ଏବଂ ସମସ୍ତଙ୍କ ସହଯୋଗ ରେ ଆମ ଅଂଚଳକୁ ସୁରକ୍ଷିତ ରଖିବାସହିତ ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ଓ ସୁରକ୍ଷିତ ରଖିବାରେ ସାହାଯ୍ୟ ହେବା (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Comments (0)
Add Comment