ଆସନ୍ତା ୧୮ତାରିଖରୁ ହେବ ପକ୍ଷୀ ଗଣନା ।

ଭଞ୍ଜନଗର, ୧୨/୦୧(ପିପିଟି ):ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଆସନ୍ତ ୧୮ତାରିଖରେ ହେବ ପକ୍ଷୀଗଣନା। ଏନେଇ ବନଖଣ୍ଡର ୫ଟି ରେଞ୍ଜର ୩୪ ଟି ଜଳାଶୟ ନିକଟରେ ଏହି ଗଣନା କରାଯିବ ବୋଲି ପ୍ରାଥମିକ ସ୍ତରରେ ଯୋଜନା ପ୍ରସ୍ତୁତ କରାଯାଇଛି। ଏନେଇ ଆଜି କେନ୍ଦ୍ରୟ ନର୍ସରୀ ଠାରେ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତିଙ୍କ ପୌରହିତ୍ୟରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମଧ୍ୟ ବନ ବିଭାଗ କର୍ମଚାରୀଙ୍କ ସମେତ କଲେଜ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ଗଣନାରେ ସାମିଲ କରାଯିବ ବୋଲି ଡିଏଫ୍ଓ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଉକ୍ତଦିନ ସକାଳ ୬ ଟାରୁ ୧୧ ଟା ମଧ୍ୟରେ ପକ୍ଷୀ ଗଣନା ହେବ। ଏଥିରେ ଏସିଏଫ୍ ବିବେକ ଦାସ,ବିମଳ ପ୍ରଧାନ,ଗାଲେରୀ ରେଞ୍ଜର ଜ୍ଞାନେନ୍ଦ୍ର ଲିମା,ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା,କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥୀରାଜ ପ୍ରଧାନ,ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ,ତାରଶିଂ ରେଞ୍ଜର ପ୍ରଶାନ୍ତ କୁମାର ବେହେରା,କଲେଜ ଛାତ୍ରଛାତ୍ରୀ,ବନପାଳ, ବନରକ୍ଷୀ ପ୍ରମୁଖ ଉପସ୍ଥିତ ରହି ପକ୍ଷୀ ଗଣନା କିଭଳି କରାଯିବ ପ୍ରଶିକ୍ଷଣ ନେଇଥିଲେ।

ରିପୋର୍ଟ୍- ଜେ କେ ପଟ୍ଟନାୟକ

Comments (0)
Add Comment