ଆସନ୍ତା ୧୫ରୁ ମରାଠା ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ।

ଭଞ୍ଜନଗର, ୩୦/୧୧(ପିପିଟି) :ଭଞ୍ଜନଗର ଠାରେ ଫୁଟବଲ ଖେଳ ପ୍ରତି ଲୋକଙ୍କ ମଧ୍ୟରେ ଅଧିକ ଆଗ୍ରହ ରହିଛି।ତେଣୁ ଏଠାରେ ଅନେକ ସମୟରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥାଏ।ଏହାକୁ ଦେଖିବାକୁ ଦୂରଦୂରାନ୍ତରୁ ବହୁ କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ଭିଡ଼ ଲାଗି ରହିଥାଏ।ଏଠାରୁ ଅନେକ ଖେଳାଳି ବର୍ତ୍ତମାନ ରାଜ୍ୟ ଏବଂ ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରୁଛନ୍ତି।ଆସନ୍ତା ମାସ ୧୫ଠାରୁ ୨୨ତାରିଖ ପର୍ଯ୍ୟନ୍ତ ଏଠାରେ ୫ମ ମରାଠା ଟ୍ରଫି ୨୦୨୪ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି।ତେଣୁ ଏହାର ପ୍ରଚାର ଓ ପ୍ରସାର ସକାଶେ ପରିଚାଳନା କମିଟି ତରଫରୁ କୁଲାଡ଼ ବାଗ୍ ଦେବୀ ମନ୍ଦିର ନିକଟରୁ ଏକ ବାଇକ ରାଲି ବାହାରି ଭଞ୍ଜନଗର ସହର ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିଥିଲା।ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,କମିଟି ସଭାପତି ଡ଼ି.ରଞ୍ଜିତ କୁମାର ଦାସ, ଉପସଭାପତି ଡ଼ି. ସୁମନ ରାଓ, ଡ଼ି. ସାଜନ,ଡ଼ି. ରିକି,ଡ଼ି. ଲିପୁ, ଡ଼ି. ଜୟନ୍ତ, କେ.ଈଶ୍ୱର ରାଓ ଆଚାରୀଙ୍କ ସମେତ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।

ରିପୋର୍ଟ-(ଜେ.କେ ପଟ୍ଟନାୟକ)

Comments (0)
Add Comment