ସୁବର୍ଣ୍ଣପୁର ,୦୩/୦୬(ପିପିଟି):ସକାଳ ହେଲେ ଭୋଟ ଗଣତି ହେବ । ଫଳାଫଳ କୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । କିଏ ଜିତିବ କିଏ ହାରିବ ସେ ନେଇ ଅଙ୍କ କଷା ଚାଲିଛି ନିର୍ବାଚନ ଦିନ ଠାରୁ । ବିଭିନ୍ନ ଛକ, ଚା ଓ ପାନ ଦୋକାନ ମାନଙ୍କ ରେ ବିଭିନ୍ନ ରାଜନୈତିକ ଦଳ ର ନେତା ଓ କର୍ମୀ ଙ୍କ ମଧ୍ୟରେ ହାରଜିତ ନେଇ ଅଙ୍କ କଷା ଚାଲିଛି । ଏପଟେ ପ୍ରତିଦ୍ବନ୍ଦୀତା କରୁଥିବା ପ୍ରାର୍ଥୀ ଙ୍କ ଛାତି ଧଡ଼ ଧଡ଼ ହେଉଥିବା ବେଳେ ସାଧାରଣ ଭୋଟର ଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପ୍ରକାଶ ପାଉଛି । ରାତି ପାହିଲେ ଭୋଟ ଗଣତି ଆରମ୍ଭ ହେବ । ସେଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ