ବୋଲଗଡ଼,୨୫/୦୬(ପିପିଟି): ପ୍ରଥମ ଆଷାଢ଼ ମାସର ପ୍ରଥମ ମୌସୁମୀ ଜନିତ ବର୍ଷା ବୋଲଗଡ଼ ଅଞ୍ଚଳ ରେ ଚାଷୀ କୂଳକୁ ଟିକିଏ ଆଶ୍ୱସ୍ତି ଦେଇଛି। ମୁଖ୍ୟତଃ ବର୍ଷାଜଳ ଉପରେ ଏଠାକାର ଚାଷୀ ମାନେ ଚାଷ କରିବା ପାଇଁ ନିର୍ଭରଶୀଳ ହୋଇଥାନ୍ତି। କିନ୍ତୁ ଅନିୟମିତ ବର୍ଷା ଚାଷ କାର୍ଯ୍ୟକୁ ପ୍ରଭାବିତ କରିଥାଏ। ଏପର୍ଯ୍ୟନ୍ତ ଆଖି ଦୃଶିଆ ବର୍ଷା ହୋଇନଥିବାରୁ ଚାଷୀ ମାନେ ହତାଶ ହୋଇପଡିଥିଲେ କିନ୍ତୁ ଦୁଇଦିନ ଧରି ଯେଉଁ ବର୍ଷା ହୋଇଛି ତାହା ଚାଷୀ କୂଳକୁ କିଛି ମାତ୍ରାରେ ସାହାଯ୍ୟ କରିବ।
ମୌସମୀ ବର୍ଷା ସାଧାରଣତଃ ଦକ୍ଷିଣ ଭାରତରେ ପ୍ରାୟ ଜୁନ ଏକତାରିଖରେ ଆରମ୍ଭ ହୋଇ ଗତ କାଲିସୁଦ୍ଧା ଏବଂ ଜୁଲାଇ ୮ସୁଦ୍ଧା ଏହା ସାରା ଓଡିଶା କୁ ପହଞ୍ଚିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଥିଲା। ଧାନ, କପା, ସୋୟାବିନ, ଆଖୁ ,ଏପରିକି ନିଜ ବାଡିବଗିଚାରେ ବିଭିନ୍ନ ପନିପରିବା, ଶାଗ ଓ ଡାଲିଯାତିୟ ଫସଲ ପାଇଁବର୍ଷା ଜଳର ଖୁବ୍ ଆବଶ୍ୟକତା ରହିଥାଏ।ଯାହା କି ଚାଷୀ ମାନଙ୍କ ମନରେ ଦୁଇଦିନ ଧରି ଭଲ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ଭଲହେବ ବୋଲି ମନରେ ଆଶା ବାନ୍ଧିଛନ୍ତି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)