ଆଶା ନିଯୁକ୍ତି ପାଇଁ ପ୍ରସ୍ତୁତି ବୈଠକ ।

କୋଦଳା,୧୨/୦୮(ପିପିଟି); କୋଦଳା ଏନଏସି ର 8ଗୋଟି ୱାର୍ଡ ରେ ନୂତନଭାବେ ଆଶା ନିଯୁକ୍ତି ପାଇଁ ପ୍ରସ୍ତୁତି ବୈଠକ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷ୍ୟତାରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ମେଡିକାଲ ଇନଚାର୍ଜ ଡଃ ସୁଜିତ କୁମାର ବେହେରା, ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ,ଏଏନଏମ ଦମୟନ୍ତୀ ତରାଇ, ସୁପରଭାଇଜର ବନମାଳି ସେଠି ଓ଼ ସୌଦାମିନି ଦେବି ପ୍ରମୁଖ କମିଟି ସଭ୍ୟ ଉପସ୍ଥିତ ରହି କୋଦଳାର ୮ଗୋଟି ୱାର୍ଡ ରେ “ଆଶା” ନିଯୁକ୍ତି କରିବା ନିମିତ୍ତ ଆଲୋଚନା କରିଥିଲେ । ଆଗାମୀ ଦିନରେ ସରକାରୀ ଗାଇଡଲାଇନ ଅନୁଯାଇ ଆଶା ନିଯୁକ୍ତି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ପୂର୍ବରୁ ଦୁଇଗୋଟି ୱାର୍ଡରେ ଆଶା ନିଯୁକ୍ତି ହୋଇସାରିଥିବା ବେଳେ ବର୍ତ୍ତମାନ ୮ ଗୋଟି ୱାର୍ଡ ଏବଂ ଅବଶିଷ୍ଠ ତିନିଗୋଟି ୱାର୍ଡରେ ପର୍ଯ୍ୟାୟ କ୍ରମେ ଆଶା ନିଯୁକ୍ତି କରାଯିବ ବୋଲି ଡଃ ସୁଜିତ କୁମାର ବେହେରା ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment