ଆଳିର ଆରାଧ୍ୟ ଦେବତା ଲକ୍ଷ୍ମୀ ବରାହ ମନ୍ଦିରରୁ ପଥର ଖସିଲା ।

ଆଳି,୧୧/୦୯ : କେନ୍ଦ୍ରାପଡା ଜିଲ୍ଳାର ବହୁ ପୁରାତନ ଆଳିର ଲକ୍ଷ୍ମୀବରକ୍ଷହ ମନ୍ଦିର, ଆଳିର ଆରାଧ୍ୟ ଦେବତା, କାଣୀ ବ୍ରାହ୍ମଣୀ ବୈତରଣୀ ର ଅତୀତର ଦୀପାଞ୍ଚଳ ପବିତ୍ର ଲକ୍ଷ୍ମୀବରାହ କ୍ଷେତ୍ର ଆଳି, ବାର ମାସର ତେର ପର୍ବ ରେ ଦିଅଁ ଦର୍ଶନ ଲାଗି ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ, ଆଜି ଦେଉଳର ପ୍ରାୟ ୬୦ଫୁଟ ଉଚ୍ଚରୁ ଏକ ବିଶାଳ ପଥର ଖସିବା ମନ୍ଦିର ସେବାୟତ ଶ୍ରଦ୍ଧାଳୁ ତଥା ସମଗ୍ର ଆଳି ଅଞ୍ଚଳକୁ ସ୍ତମ୍ବୀଭୁତ କରିଦେଇଛି। ଆଶା ଆଶଙ୍କାରେ ଅଂଚଳବାସୀ, ଆସିବକି କିଛି ବିପତ୍ତି,ବୁଦ୍ଧିଜୀବୀ ମାନେ ମନ୍ଦିର ଟ୍ରଷ୍ଟ ଏବଂ ସରକାରଙ୍କ ଅବହେଳା ଯୋଗୁଁ ଏପରି ଘଟଣା ଘଟିବା ନେଇ ଦାୟୀ କରିଛନ୍ତି, ଯଥା ସମ୍ଭବ ମନ୍ଦିର ପ୍ରତି ଯତ୍ନବାନ ହେବାକୁ ଦାବି କରିଛନ୍ତି, ମନ୍ଦିର ମରାମତି ମନ୍ଥର ହେଲେ ଆଗକୁ ରାଜରାସ୍ତାକୁ ଓଲ୍‌ହାଇବାକୁ ଚେତାବନୀ ଦେଇଛନ୍ତି।

Comments (0)
Add Comment