ଆଲୋକର ପର୍ବ ଦୀପାବଳି ଓ ପରିବେଶ ସୁରକ୍ଷା ।

ଭାରତୀୟ ଐତିହପରମ୍ପରା ଅତି ମହାନ, ଭାରତୀୟ ସଂସୁକୃତି,ପରମ୍ପରା, ଲୋକଙ୍କର୍ଲଥା, ନୀତିଶାସ୍ତ୍ର, ପୁରାଣ,ବେଦ, ଉପନିଷଦ,ଭାଗବତ, ଗୀତା, ରାମାୟଣ, ମହାଭାରତ, ମନୁ ସଂହିତା ଭଳି ଅନେକ ଅମୁଲ୍ୟ ଉପାଦେୟ ଗ୍ରନ୍ଥବଳୀ ରହିଛି, ଯାହାକି ମନୁଷ୍ୟ ଅଧୟନ କରି ବହୁ ଜ୍ଞାନ ଅହରଣ କରି, ଜୀବନର ଚଲାପଥକୁ ସରସ ସୁନ୍ଦର କରି ଜୀବନ ଅତିବାହିତ କରିବାରେ ସହଜ ସାପେକ୍ଷ ହୋଇପାରୁଛି,ଉପରୋକ୍ତ ଶାସ୍ତ୍ର ମାନଙ୍କ ରେ ଆଲୋକ ର ପର୍ବ ଦୀପାବଳି ବିଷୟରେ ବର୍ଣ୍ଣନା କରାଯାଇଛି, ଆମେ ଦୈନ ଦିନ ସକାଳେ ଓ ସନ୍ଧ୍ୟାରେ, ଗୋଟିଏ ଶ୍ଳୋକ ବୋଲିଥାଉ ତାହା ହେଲା “ଦୀପମ ଜ୍ୟୋତି ପରଂ ବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦନ, ଦୀପଂ ଜ୍ୟୋତି ହରତେ ପାପ ପୂଜା ଦୀପ ନମସ୍ତୁତେ”ପ୍ରଜ୍ବଳିତ ଦୀପର ଜ୍ୟୋତି ପରଂବ୍ରହ୍ମ ସଦୃଶ୍ୟ,ବିସ୍ତନୁ ଙ୍କ ସଦୃଶ୍ୟ, ଏହି ଜ୍ୟୋତି ଵା ଶିଖା, ଵା ଆଲୋକ ପାପକୁ ହରଣ କରିଥାଏ, ତେଣୁ ସେହି ପୂଜା ଦୀପ ଵା ସନ୍ଧ୍ୟା ଦୀପ ଙ୍କୁ ପ୍ରଣାମ ଜଣାଉଛୁ,ଏହି ପ୍ରଜ୍ବଳିତ ଆଲୋକ ଶିଖା ପରିବେଶ ର ଅନ୍ଧାରକୁ ଦୂର କରି ଆଲୋକିତ କରିଥାଏ, ଆଜିର ଦୀପାବଳିକୁ ଉଛବ କୁ ଏକ ସ୍ୱତନ୍ତ୍ର ଆଲୋକ ର ପର୍ବ ଭାବେ ପାଳନ କରାଯାଇଆସୁଛି,ଆଜି ର ପର୍ବ ଦୀପ ଯେପରି ଅନ୍ଧାର କୁ ଦୂର କରି ଆଲୋକ ପ୍ରଦାନ କରିଥାଏ, ସେହିପରି ଆମେ ନିଜେ ମନରୁ ଅନ୍ଧାର ରୂପକ ଅଜ୍ଞାନ(ହିଂସା, ପରାଶ୍ରୀ କାତରତା, ଗର୍ବ, ଅହଂକାର,ଲୋଭା, ମୋହ) କୁ ଦୁରେଇ ଆଲୋକ ରୁପି ଜ୍ଞାନର(ପରଉପକାର, ଅନ୍ୟକୁ ସାହାର୍ଯ୍ୟ, କରିବା, ନୀତି ନିୟମ, ଧର୍ମ ଭାବନା ସହ କାର୍ଯ୍ୟ କରିବା),କୁ ଗ୍ରହଣ କରିବା ଉଚିତ,ବୋଲି ଆଲୋକ ର ପର୍ବ ର ବାର୍ତ୍ତା ଅଟେ, ଯାହାକି “ଅସତ୍ୟ ଉପରେ ସତ୍ୟର ବିଜୟ” “ଅନ୍ୟାୟ ଉପରେ ନ୍ୟାୟର ବିଜୟ” ଅଧର୍ମ ଉପରେ ଧର୍ମର ବିଜୟ, ଆମ ଭାରତୀୟ ଇତିହାସ ରେ ବହୁ ଉଦାହରଣ ରହିଛି, ସତ୍ୟଯୁଗରେ ବାଲ୍ମୀକି ରୁଷିଙ୍କ ରାମାୟଣ ରେ ରେ ରଚିତ ହୋଇଛି ଯେ ରାବଣ ଠାରୁ ସୀତାଙ୍କୁ ଉଦ୍ଧାର କରି, ରାବଣ କୁ ବିନାଶ କରିଥିଲେ ଯାହାକି ଅଧର୍ମ ଉପରେ ଧର୍ମ ର ଜୟ ପ୍ରତିଷ୍ଠା କରିଥିଲେ, ଯେତେବେଳେ ରାମଚନ୍ଦ୍ର ଅଯୋଧ୍ୟାକୁ ପ୍ରତ୍ୟବର୍ତ୍ତନ କରିଛନ୍ତି, ସେତେବେଳେ ଅଯୋଧ୍ୟା ବାସି ଖୁସିରେ ରାମଚନ୍ଦ୍ର ଙ୍କୁ ଦୀପଜାଳି ସ୍ୱାଗତ କରିଥିବାବେଳେ, ସ୍ୱୟଂ ରାମଚନ୍ଦ୍ର ମଧ୍ୟ ନିଜ ପିତୃ ପୁରୁଷ ଙ୍କୁ ଦୀପଦାନ ସହ ପିଣ୍ଡଦାନ କରିଥିଲେ, ଯାହାକୁ କାର୍ତ୍ତିକ ମାସ ଅମାବାସ୍ୟା ତିଥି ରହିଥିଲା, ଏହାକୁ ଆମେ ଆଜି ଆଲୋକ ର ପର୍ବ ଦୀପାବଳି ଭାବେ ପାଳନ କରିଛେ, ଏହି ଆଲୋକ ର ପର୍ବ ଏକ ବ୍ୟକ୍ତିଗତ, ପରିବାର ଗତ, ସାମାଜିକ ସମ୍ପର୍କ, ଦୃଢ଼ୀଭୁତ କରିବା, ଭାଇଚାରା ସୃଷ୍ଟି ସହ, ଭାବ ଆଦାନପ୍ରଦାନପୂର୍ଵକ, ଆନନ୍ଦ ଉଲ୍ଲାସ ର ଦିବସ ଭାବେ ପାଳନ କରିବା ଉଚିତ, ବିଧାନ ପ୍ରକାରେ ଆଜି ପିତୃ ଲୋକ ମାନଙ୍କୁ, ତର୍ପଣ, ପିଣ୍ଡଦାନ, ଆଲୋକ ପ୍ରଜ୍ବଳନ ପୂର୍ବକ, ସ୍ମରଣ କରିଵା, ସ୍ୱାଗତ କରିବା,ପୂଜା, ବନ୍ଦାପନା କରି, ଅନ୍ଧାରରେ ଆସି ଆଲୋକ ରେ ଯାଅ ବୋଲି, ସପରି ବାର, ବଂଶ ବର୍ଗ,ଏକାଠି ଆଜିର ତିଥି ରେ, କହୁଛେ ଏହାହିଁ, ସାମାଜିକ ସମ୍ପର୍କ ସୁଦୃଢ ତଥା ଭାଇଚାରା ବନ୍ଧନ ର ପ୍ରତୀକ, ଯାହାକି ସହ ସହ ବର୍ଷ ପୂର୍ବରୁ ଆମର, ଗୋସେଇଁ, ବାପା, ଜେଜେ ବାପା, ମାନେ ଅତିଆନନ୍ଦ ଉଲ୍ଲାସ ର ସହ ପାଳନ କରି ଆସୁଛନ୍ତି,ଏହି ଦୀପ ଅମଙ୍କୁ ବହୁତ କିଛି ଶିକ୍ଷା ଦେଇଥାଏ, ଦୀପ ନିଜେ ଜଳି ଅନ୍ଧାର କୁ ଦୁରକରୀ ଯେପରି ଆଲୋକ ପ୍ରଦାନ କରିଥାଏ, ସେହିପରି ଆମେ ମଧ୍ୟ ଜୀବନ ରେ ନିଜେ ଦୁଃଖ,କଷ୍ଟ ଯନ୍ତ୍ରଣା, ନିନ୍ଦା ପ୍ରଶଂସା, ନିନ୍ଦା ଅପବାଦ, ସବୁକୁ ସହ୍ୟକରିପାରିଲେ ହିଁ ଉଜ୍ୱଳ ର ଉପଲବ୍ଧି ପାଇପାରିବା, ଜୀବନ ରେ ସବୁ କିଛି ଆସିବ, ବ୍ୟକ୍ତିର ଜୀବନ ରେ କିଛି ଦୁଃଖ କିଛି ସୁଖ ଆସିବ, ଏହି ଦୀପରୁ ହିଁ ଆମେ ବହୁତ କିଛି ଜାଣିବା ର ଅଛି, ଏହି ଦୀପଦାନ ପର୍ବ କୁ ଧୀରେ ଧୀରେ ଆଜିର ସମାଜ କ୍ରମଶଃ ଅତିସୁନ୍ଦର ଅଧାତ୍ମିକ ପର୍ବ କୁ ଆଡମ୍ବର ପର୍ବରେ ପରିଣତ କରି, ବିଭିର୍ନ ରାସାୟନିକ ଯୁକ୍ତ ବାଣ ଫୁଟାଇ, ବାୟୁ ମଣ୍ଡଳ କୁ ଦୂଷିତ କରିବା ସହ, ଶବ୍ଦପ୍ରଦୂଷଣ କଟାଉଛନ୍ତି,ଯଦ୍ୱାରା ନାୟୁମଣ୍ଡଳ ପ୍ରଦୂଷିତ ହେବାସହ, ପରିବେଶ ସୁରକ୍ଷା କରୁଥିବା,ବହୁ କୀଟ,ପତଙ୍ଗ, ଛୋଟ ଛୋଟ ପ୍ରାଣୀଙ୍କର ମଧ୍ୟ ମୂର୍ତ୍ତ୍ୟୁ ଘଟୁଛି, ସେ ଦୂଷିତ ଜଳବାୟୁ କୁ ଆମେ ଗ୍ରହଣ କରୁଛେ ଯାହା ଆମପାଇଁ ବହୁତ କ୍ଷତି କାରକ,ଅଳ୍ପ ସମୟ ପାଇଁ, ସାମାନ୍ୟ ଖୁସି ପାଇଁ ଆମେ, ବହୁଅର୍ଥ ସାରି, ସାରା ପରିବେଶ କୁ ଦୂଷିତ କରିଦେଉଛେ, ଏହି ବାଣ ଫୁଟାଇ, ବାଣ ଦୋକାନ ରେ ଅଗ୍ନି ଲାଗିବା, ଆଦି ବହୁ ଦୁର୍ଘଟଣା ଘଟୁଛି, ବାୟୁମଣ୍ଡଳ ରେ ଥିବା, ଅମ୍ଳଜାନକୁ ଆମେ ଜାଣିଶୁଣି ପ୍ରଦୂଷଣ କରୁଛେ,ଯଦ୍ୱାରା, ଆମେ ଫୁସଫୁସ ଜନିତ ରୋଗ, ଶ୍ୱାସ, ମୁଣ୍ଡବଥା, କାଶ ଆଦି ବିଭିର୍ନ ରୋଗରେ ପୀଡିତ ହେଉଥାଉ,ଏସବୁ କୁ ଆମେ ହୃଦୟଙ୍ଗମ କରି, ଆଲୋକର ପର୍ବକୁ ଆଲୋକ ଦ୍ୱାରା ଆଲୋକିତ କରିବାର ଆବଶ୍ୟକତା ରହିଛି, ଅର୍ଥ ବହୁ ଅର୍ଥ ଶ୍ରାଦ୍ଧ କରି, ବାୟୁ ମଣ୍ଡଳ ଦୂଷିତ କୁ ରକ୍ଷା କରିବା, ଶବ୍ଦ ପ୍ରଦୂଷଣ ku ରକ୍ଷା କରିବା ଆମର ପ୍ରାଥମିକତା ହେବା ଜରୁରୀ ଅଟେ, ଆସନ୍ତୁ ହାତକୁ ହାତ, ମନକୁ ମନ ମିଶାଇ, ଅତି ଆନନ୍ଦ ଉଲ୍ଲାସର ସହ ଏହି ଆଲୋକ ର ପର୍ବ କୁ ପାଳନ କରିବା, ଯାହାକି ବିନା ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣରେ ।

ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର,
ଫୋନ -7894112487,

Comments (0)
Add Comment