ଆଲୁର ଗାଁ ରେ ପାନୀୟ ଜଳ ସଙ୍କଟ ,ନଳ କୂପ ଅଚଳ,ଚୁଆ ପାଣି ଭରସା ।

ମାଲକାନଗିରି,୧୮/୧(ପିପିଟି) : ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲାଣ ଗୁଡା ପଞ୍ଚାୟତର ଆଲୁର ଗାଁ ରେ ବର୍ତ୍ତମାନ ପାନୀୟ ଜଳର ସଂକଟ ଦେଖାଦେଇଛି। ଦୀର୍ଘ ଛଅ ମାସ ହେଲା ନଳକୂପ ଅଚଳ ଯୋଗୁଁ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଗାଁ ଶେଷ ଭାଗରେ ଥିବା ଏକ ଅପରିଷ୍କାର ବନ୍ଧ ପାର୍ଶ୍ଵରେ ଏକ ଚୁଆରୁ ମହିଳାମାନେ ପ୍ରତିଦିନ ପାନୀୟ ଜଳ ସଂଗ୍ରହ କରି ରୋଷେଇ କରୁଥିବା ବେଳେ ପାନୀୟ ଜଳ ଭାବେ ବ୍ୟବହୃତ କରିଆସୁଛନ୍ତି। ଉକ୍ତ ବନ୍ଧରେ ଗୃହ ପାଳିତ ପଶୁ ଅବାଧରେ ପ୍ରବେଶ କରୁଥିବା ବେଳେ ଉକ୍ତ ଜଳ ଗୋଳିଆ ଏବଂ ଦୂଷିତ ରହୁଥିବା ଜଣା ପଡ଼ିଛି । ଗାଁ ଲୋକମାନେ ବହୁବାର ଚାଲାଣଗୁଡା ସରପଞ୍ଚ ନିକଟରେ ନଳକୂପ ମରାମତି କରିବା ପାଇଁ ଦାବି କରି ଆସଥିବା ସତ୍ବେ ଏହାର ସମଧାନ ହେଉନଥିବା ଅଭିଯୋଗ ହୋଇଛି। ଚାଲାଣ ଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଇର୍ମା ପଡିଆମୀ ଅଭିଯୋଗ କରିଛନ୍ତିି ଯେ ଯଦି ଏହି ଗାଁରେ ଥିବା ନଳକୂପ ଗୁଡ଼ିକୁ ବ୍ଳକ ପ୍ରଶାସନ ମରାମତି ସାତ ଦିନ ମଧ୍ୟରେ ନକରନ୍ତି ତା ହେଲେ ସମସ୍ତ ମହିଳା ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇ ଆସିବା ସହ ଅନିର୍ଦ୍ଦିଷ୍ଟ କାଳପାଇଁ ପଥ ଅବରୋଧ କରିବାକୁ ବାଧ୍ଯ ହେବେ। ଯଦି ଏହି ଦୂଷିତ ଜଳପାନ କରି କେହି ମୃତ୍ୟୁ ବରଣ କରନ୍ତି ତେବେ ବିଭାଗୀୟ କତ୍ତୃପକ୍ଷ ଦାୟୀ ରହିବେ ବୋଲି ଶ୍ରୀପଡିଆମୀ ଚେତାବନୀ ଦେଇଛନ୍ତି।ଏହା ବ୍ୟତୀତ ଶୀତ ଋତୁରେ ପାନୀୟ ଜଳ ସଙ୍କଟ ଦେଖାଦେଲା ବେଳେ ଆଗକୁ ଗ୍ରୀଷ୍ମ ଋତୁ ଆସଲେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେବ। ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ଵ ଦେଇ
ଆଲୁର ଗାଁରେ ଥିବା ୧୦୦ ରୁ ଊର୍ଦ୍ଧ୍ଵ ଆଦିବାସୀ ପରିବାରଙ୍କ ପାନୀୟ ଜଳ ସମସ୍ୟାକୁ ତୁରନ୍ତ ଦୂର କରିବା ପାଇଁ ସ୍ଥାନୀୟ ମହିଳାମାନେ ଦୃଢ ଦାବି କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment