ଆଲୁରୁ ମୁଠା ମାଉଲୀ ମା’ ଯାତ୍ରା ଉଦ୍‌ଯାପିତ ।

ମାଲକାନଗିରି,ତା:୨୫/୦୨(ପିପିଟି);ଚାଲାଣଗୁଡା ଠାରେ ଆୟୋଜିତ ଆଲୁରୁ ମୁଠା ମାଉଲୀ ମା’ଙ୍କ ଯାତ୍ରା ଆଜି ଉଦ୍‌ଯାପିତ ହୋଇଯାଇଛି । ମାଘ ମାସ ଶୁକ୍ଳ ଦଶମୀ ତିଥି ସୋମବାର ସଂଧ୍ଯାରେ ମାଉଲୀ ମା’ଙ୍କୁ ନୁଆଗୁଡା ଠାରୁ ଶ୍ରଦ୍ଧାଳୁମାନେ ସ୍ବତନ୍ତ୍ର ବିମାନରେ ବିଜେ କରାଯାଇ ଚାଲାଣଗୁଡା ଶକ୍ତି ପୀଠରେ ସ୍ଥାପନ କରିଥିଲେ । ପାରମ୍ପାରିକ ଆଦିବାସୀ ବାଦ୍ଯ ,ଭେରୀ ନଦରେ ଗଗନ ପବନ ମୁଖରିତ ହୋଇଥିଲା ।ଶିରୁଆମାନେ ହାତରେ ମୟୂର ପୁଛ ଧରି ମା’ଙ୍କ ସମ୍ମୁଖରେ କାଳସୀ ନୃତ୍ୟ ପରିବେଷଣ କରିଥିଲେ । ମଙ୍ଗଳ ବାର ଦିନ ମାନସୀକଧାରୀ ଶ୍ରଦ୍ଧାଳୁମାନେ ମାଉଲୀ ମା’ ସମୀପରେ ବଳୀ ଭୋଗ ଅର୍ପଣ କରିଥିଲେ । କିଛି କ୍ଷଣ ପାଇଁ ଶକ୍ତି ପୀଠ ସ୍ଥଳଟି ବଳୀ ଦ୍ବାରା ରକ୍ତ ରଂଜିତ ହୋଇଥିଲା । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ଭୋଗର ବ୍ଯବସ୍ଥା କରାଯାଇଥିଲା । ଏହି ଯାତ୍ରା ଲାଗି ଆଲିରୁ ମୁଠାର ୪୦ ଖଣ୍ଡ ଗ୍ରାମରୁ ଲାଠି ଏବଂ ଗ୍ରାମଦେବୀଙ୍କ ମିଳନ ହେୀଇଥିଲା । ମାରିୱାଡା ମୁଠାକୁ ଏହି ଯାତ୍ର ଲାଗି ସ୍ବତନ୍ତ୍ର ନିମନ୍ତ୍ରିତ କରାଯାଇଥିଲା । କୋଭିଡ୍ ନିୟମ ଅନୁସାରେ ମାଉଲୀ ମା’ଯାତ୍ରା ସମାପନ କରାଯାଇଥିଲା । ଏହି ଯାତ୍ର ଏକ ବର୍ଷ ବ୍ଯବଧାନରେ ଚାଲାଣଗୁଡା ଶକ୍ତି ପୀଠରେ ଆଦିବାସୀ ପୂଜକମାନଙ୍କ ଦ୍ବାରା ପାଳନ କରାଯାଇଥାଏ । ମା’ଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଓଡିଶା ଏବଂ ଛତିଶ ଗଡି ରାଜ୍ଯରୁ ବହୁ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା । ତିନି ଦିନ ବ୍ଯାପୀ ଚାଲିଥିବା ଯାତ୍ରା ସ୍ଥଳଟି ଆଧ୍ଯାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଏହି ଯାତ୍ରାକୁ ପରିଚାଳନା ଏବଂ ଶୃଂଖଳିତ କରିବା ପାଇଁ ଆଲୁରୁ ମୁଠା ମାଉଲୀ ମା’ପୂଜା କମିଟି ଗଠନ କରାଯାଇଥିଲା ।ପୂଜା କମିଟିର ସଭାପତି ପ୍ରଦୀପ କୁମାର ଧାରୁଆ,ଉପ ସଭାପତି ଅରକ୍ଷିତ ନାୟକ, ସଂପାଦକ ଶ୍ଯାମ ପଡିଆମୀ, ବିଶ୍ବନାଥ ଧରୁଆ,ମୁନା ମାଡକାମୀ,ପଦିଆ କବାସୀ, ପେଦା ଦେବା ଧାରୁଆ,ଇର୍ମା ପଡିଆମୀ, ବଳରାମ ଦୁରୁଆ,ପୂରୋହିତ ବୁଦ୍ର ଦୁରୁଆ,ସନ୍ତୋଷ ଜେନା, ମିଟୁ ପଣ୍ଡଙ୍କ ପ୍ରତ୍ଯେକ୍ଷ ତତ୍ତ୍ବବଧାନରେ ମାଉଲୀ ମା’ଯତ୍ରା ଶାନ୍ତି ଶୃଂଖଳାରେ ପରିଚାଳନା ହୋଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment