ଆର. ଜି. କର ଡାକ୍ତରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ।

ମାଲକାନଗିରି,୨୭/୦୮(ପିପିଟି) :ମାଲକାନଗିରି ଜିଲ୍ଲା ସଦର ମହାକୁମା ଠାରେ ଆର ଜି କର ହସ୍ପିଟାଲ ରେ ମୃତ୍ୟୁ ବରଣ କରିଥିବା କନିଷ୍ଠ ଡାକ୍ତରଣୀ ଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରୋଗ୍ରେସିଭ ସିଟିଜେନ ଫୋରମ ତରଫରୁ ଆୟୋଜିତ ଏକ କ୍ଯାଣ୍ଡେଲ ରାଲି ସ୍ଥାନୀୟ ସୁଭାଷ ବୋଷ ଛକ ଠାରୁ ବାହାରି ପୋଲିସ ଦୁର୍ଗା ମଣ୍ଡପ ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସମବେତ ଜନତା ଦୁଇ ମିନିଟ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ । ପ୍ରୋଗ୍ରେସିଭ ସିଟିଜେନ ଫୋରମର ଆବାହକ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ତ୍ରିପାଠୀ ସମେତ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ, ମା’ ଘର ସୁରକ୍ଷା ସେନା ଅଧ୍ୟକ୍ଷା ଶ୍ରୀମତୀ ପ୍ରଶାନ୍ତି ବିଶୋଇ, ସାମାଜିକ କର୍ମୀ ଚୁମକି ବେହେରା, ଶିକ୍ଷକ ନିରଞ୍ଜନ ପଣ୍ଡା,ବଟ କୃଷ୍ଣ ସାହୁ,ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଏହି ଭଳି ଜଘନ୍ୟ କାଣ୍ଡ କୁ ନିନ୍ଦା କରିବା ସହିତ ଦୋଷୀକୁ ଯଥା ଶୀଘ୍ର ଦଣ୍ଡ ଦେବା ପାଇଁ ନ୍ୟାୟିକ ଦାବି କରିଥିଲେ । ଭବିଷ୍ୟତରେ କର୍ମଜୀବି ମହିଳାଙ୍କୁ କାର୍ଯ୍ୟସ୍ଥଳରେ ସୁରକ୍ଷା ପ୍ରଦାନ ପାଇଁ ଆଇନ ପ୍ରଣୟନ କରିବାକୁ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଜି.ଶ୍ରୀନିବାସ ରାଓ, ପ୍ରାଇଭେଟ ବସ କର୍ମଚାରୀ ସଙ୍ଘ ସମ୍ପାଦକ ଛବି ଦାସ, ଜିଲ୍ଳା ଓକିଲ ସଙ୍ଘ ସଭାପତି ପ୍ରୀତିପାଲ ସିଂ, ଜିଲ୍ଳା ନିର୍ମାଣ ଶ୍ରମିକ ସଙ୍ଘ ସମ୍ପାଦକ ଏରା ପଡିଆମି, ସମାଜସେବୀ ରାମକୃଷ୍ଣ ଚୌଧୁରୀ, ଦିବ୍ୟ ରଞ୍ଜନ ପାଣିଗ୍ରାହୀ,ପ୍ରତାପ ସେଠି,କାଳିଦାସ ସଗରିଆ, କନିଷ୍ଠ ମହିଳା ମହାବିଦ୍ୟାଳୟ, ଘଡେଇ ମହାବିଦ୍ୟାଳୟ ଓ ମାଲକାନଗିରି ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲ୍ଳା କଳାକାର ସଙ୍ଘ, ସଖି କେନ୍ଦ୍ରର କର୍ମକର୍ତ୍ତା, ବୁଦ୍ଧିଜୀବୀ, ଶ୍ରମଜୀବୀ ସଂଗଠନ ସମେତ ବିଭିନ୍ନ ମହିଳା ସଂଗଠନରସଦସ୍ୟା ମାନେ ଯୋଗଦେଇଥିଲେ । ସମାଜସେବୀ କେ ଦେଶୀରଜୁ ଅଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment