ଆରମ୍ଭ ହେଲା ୧୮-୪୪ବର୍ଷ ବୟସ୍କଙ୍କ ଟିକାକରଣ ।

ଭଞ୍ଜନଗର,୨୧/୦୬(ପିପିଟି); ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ସୋମବାର ଠାରୁ ୧୮ରୁ ୪୪ବର୍ଷ ବୟସ୍କ ମାନଙ୍କ ନିମନ୍ତେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ପ୍ରଥମ ଦିବସରେ ବହୁ ପୁରୁଷ ଓ ମହିଳା ଟିକା ନେବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ ମଧ୍ୟ ସେଥି ମଧ୍ୟରୁ କେବଳ ୨୯୦ଜଣ ଟିକା ଗ୍ରହଣ କରିଛନ୍ତି।ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମଙ୍ଗଳବାର ଠାରୁ ଆଉ ଦୁଇଟି କେନ୍ଦ୍ର ମେନ ରୋଡ଼ରେ ଥିବା ଏନ୍ଏସି ଟାଉନ ହଲ ଓ ରେଡ୍ କ୍ରସ ରୋଡ଼ରେ ଥିବା ଶ୍ରୀବତ୍ସ ହାଇସ୍କୁଲ ଠାରେ ଟିକାଦାନ ବ୍ୟବସ୍ଥା କରାଯାଇଛି। ତେଣୁ ନିଜ ନିଜ ସୁବିଧା ଦୃଷ୍ଟିରୁ ପ୍ରତ୍ୟେକ ସାବାଳକ ନିକଟସ୍ଥ କେନ୍ଦ୍ରରୁ ଟିକା ପାଇପାରିବେ।
(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment