ଆରମ୍ଭ ହେଲା ଲକଡାଉନ: ପୋଲିସ ଚେକିଙ୍ଗ କଡ଼ାକଡ଼ି ।

ଭଞ୍ଜନଗର,୦୫/୦୫(ପିପିଟି);କରୋନାର ଦ୍ଵିତୀୟ ଲହର ଯେପରି ଦ୍ରୁତ ଗତିରେ ବଢିଚାଲିଛି ତାହାର ପ୍ରଭାବରେ ପ୍ରତିଦିନ ବହୁ ଲୋକ ସଂକ୍ରମିତ ହେବା ସହ ମୃତ୍ୟୁବରଣ କରୁଛନ୍ତି।ଏହି ଚେନକୁ ଭାଙ୍ଗିବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ୧୪ଦିନିଆ ଲକ ଡାଉନ ଆଜିଠାରୁ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଅମାନିଆ ମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସହରର ବିଭିନ୍ନ ଛକ ମାନଙ୍କରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଚେକିଙ୍ଗକୁ ଜୋରଦାର କରାଯାଇଛି। ବିନା କାରଣରେ ଗାଡ଼ି ଧରି ବୁଲୁଥିବା ଲୋକଙ୍କୁ ପୋଲିସ ତାଗିଦ କରିବା ସହ ଫେରଯିବା ପାଇଁ ବାଧ୍ୟ କରିଛନ୍ତି। ରାସ୍ତା ଘାଟ ରେ ଅଳ୍ପ ସଂଖ୍ୟକ ଯାନବାହନ ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା। ବହୁ ଲୋକ ଲକଡାଉନ ପୂର୍ବରୁ ନିଜକୁ ପ୍ରସ୍ତୁତ କରି ନେଇଥିବା ବେଳେ ଆଜି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ କେତେକ ଲୋକ ପରିବା, ରାସନ, ଫଳ,କ୍ଷୀର, ଔଷଧ ଓ ଆମିଷ ଦୋକାନରେ ପହଞ୍ଚି ଜିନିଷ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ଯାତ୍ରୀ ପରିବହନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା।ଏହି ପ୍ରଥମ ପର୍ଯ୍ୟାୟ ଲକଡାଉନ ରେ ଯଦି ସମସ୍ତ ଜନସାଧାରଣ କୋଭିଡ଼ ନିୟମ ମାନି ଘରେ ରହିବେ ତାହେଲେ ନିଶ୍ଚୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବ।ତେଣୁ ସମସ୍ତେ ଏଥିପ୍ରତି ସଚେତନ ହେଲେ ଯାଇ ଅତିଶୀଘ୍ର ସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରିବ ଆଶା କରାଯାଉଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment