ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା,୫ କେଜି ବଦଳରେ ୧୦ କେଜି ଚାଉଳ ପାଇବେ ହିତାଧିକାରୀ ।

ଛତ୍ରପୁର,୧୨/୦୬(ପିପିଟି): ଆଉ ୫ କିଲୋ ନୁହେଁ, ଅପ୍ରେଲ ୨୦୨୬ ରୁ ମୁଣ୍ଡ ପିଛା ହିତାଧିକାରୀ ପାଇବେ ୧୦ କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣା । ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରେ ହିତାଧିକାରୀ ପାଇବେ ଏହି ଅତିରିକ୍ତ ୫ କେଜି ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ପାଇବେ । ଖାଦ୍ୟ ସୁରକ୍ଷାର ସୁନିଶ୍ଚିତତା କରିବା ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଲୋକାଭିମୁଖୀ ଯୋଜନା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା । ଏହାକୁ ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ ଅଧିକ ପାଇବେ । ହିତାଧିକାରୀମାନେ ଯେତିକି ଚାଉଳ ବର୍ତ୍ତମାନ ପାଉଛନ୍ତି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଅତିରିକ୍ତ ୫ କେଜି ଚାଉଳ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ଖାଉଟିଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ଏନ୍‌ଏଫ୍‌ଏସ୍‌ଏ ଏବଂ ଏସ୍‌ଏଫ୍‌ଏସ୍‌ଏସ୍‌ ହିତାଧିକାରୀ ଅତିରିକ୍ତ ଚାଉଳ କୋଟା ଦିଆଯିବ । ଏହି ଯୋଜନା ମାଧ୍ୟମରେ ରାଜ୍ୟର ଟାର୍ଗେଟେଡ୍‌ ପବ୍ଲିକ୍‌ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ ଅଧୀନ ସମସ୍ତ ହିତାଧିକାରୀ ପରିବାର ପାଇଁ ସେମାନଙ୍କ ମାସିକ ନିୟମିତ ଧାର୍ଯ୍ୟ ଚାଉଳ କୋଟା ବ୍ୟତୀତ ମୁଣ୍ଡ ପିଛା ୫ କେଜି ଲେଖାଏ ଅତିରିକ୍ତ ଚାଉଳ ମାଗଣାରେ ପାଇବେ। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ୮ ଲକ୍ଷ ୧୮ ହଜାର,୭୫୯ ପରିବାରର ୨୬ଲକ୍ଷ ୫୪ ହଜାର ୫୮୦ ଜଣ ହିତାଧିକାରୀ ଉପକୃତ ହେବେ । ଏହା ସହିତ ଗତ ଅପ୍ରେଲ ମାସ ଠାରୁ ମୁଣ୍ଡ ପିଛା ୧୦ କେଜି ଚାଉଳ ପାଇବେ ହିତାଧିକାରୀ । ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧାପ୍ରସାରଣ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦର ରୁଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ପ୍ରସାରଣ କରାଯାଇଥିଲା । ସେଠାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଆଇଏଏସ ଶିକ୍ଷାନବିଶ ସୁଶ୍ରୀ ସାରନ୍ୟା, ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପି. କେ. ମହାପାତ୍ରଙ୍କ ସମେତ ବହୁ ଡିଲର, ହିତାଧିକାରୀ ଓ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ସିଧା ପ୍ରସାରଣକୁ ଆଭାସୀ ମାଧ୍ୟମରେ ଦେଖିଥିଲେ ।

Comments (0)
Add Comment