ଆରମ୍ଭ ହେଲା ମା’ ବ୍ରାହ୍ମଣ ଦେବୀଙ୍କ ୨୧ଦିନିଆ ଯାତ୍ରା ।

ଭଞ୍ଜନଗର, ୧୭/୦୫(ପିପିଟି) : ଭଞ୍ଜନଗର ଭେଜିପୁଟ ଠାରେ ମା’ ବ୍ରାହ୍ମଣ ଦେବୀ ଠାକୁରାଣୀ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି।ଏଥି ନିମନ୍ତେ ଆଜି ବଡଦାଣ୍ଡ ଠାରେ ଦିନ ୧୦ଟାରେ ରୀତିନୀତି ଅନୁସାରେ ମା’ଙ୍କର ଅସ୍ଥାୟୀ ମଣ୍ଡପ ପ୍ରତିଷ୍ଠା କରାଯିବା ପରେ ମା’ବ୍ରାହ୍ମଣଦେବୀଙ୍କ ପୀଠରେ ପୂଜାର୍ଚ୍ଚନା ଓ ଚଣ୍ଡୀ ପାଠ ଏବଂ ଅପରାହ୍ଣରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟା ୭ଟା ସମୟରେ ମନ୍ଦିରରୁ ବାଜା,ଘଣ୍ଟ, ଘଣ୍ଟା, ଢୋଲ, ବାଣ ସହ ବିରାଟ ପଟୁଆରରେ ବାହାରି ବିଭିନ୍ନ ସାହି ପରିକ୍ରମା କରି ମଧ୍ୟ ରାତ୍ରରେ ଅସ୍ଥାୟୀ ମଣ୍ଡପରେ ବିଜେ କରିଥିଲେ। ପ୍ରତି ୩ବର୍ଷରେ ଅନୁଷ୍ଠିତ ହେଉଥିବା ମା’ଙ୍କର ଏହି ଯାତ୍ରା ଗତ କିଛି ବର୍ଷ ହେଲା ବିଭିନ୍ନ କାରଣରୁ ବନ୍ଦ ରହିଥିଲା।ଚଳିତ ବର୍ଷ ମେ ମାସ ୧୭ତାରିଖରୁ ଆରମ୍ଭ ହୋଇ ଜୁନ ୯ତାରିଖରେ ଶେଷ ହେବ ବୋଲି ଜଣାପଡ଼ିଛି।ହେଲେ ନିର୍ବାଚନକୁ ଦୃଷ୍ଟିରେ ରଖି ଯାତ୍ରା କାର୍ଯ୍ୟକ୍ରମରେ କିଛିଟା ପରିବର୍ତ୍ତନ କରାଯାଇଛି।ହେଲେ ଆସନ୍ତା ୨୨ତାରିଖ ଠାରୁ ମା’ଙ୍କର ନଗର ଭ୍ରମଣ, ମନୋରଞ୍ଜନ ସକାଶେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ସ୍ୱାଭାବିକ ଭାବରେ ହେବ। ଭେଜିପୁଟ ଗ୍ରାମବାସୀଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଏଥିରେ ଯାତ୍ରା କମିଟିର ସଭାପତି ବିଶ୍ୱନାଥ ସ୍ୱାଇଁ, ଉପସଭାପତି ରାମଚନ୍ଦ୍ର ସ୍ୱାଇଁ, ସମ୍ପାଦକ ଚିଦାନନ୍ଦ ସ୍ୱାଇଁ, ସହ ସମ୍ପାଦକ ସୁନୀଲ କୁମାର ବିଷୋୟୀ,କୋଷାଧ୍ୟକ୍ଷ ରଞ୍ଜିତ କୁମାର ରାଉତ ଓ ଅନ୍ୟମାନେ ସହଯୋଗ କରିଥିଲେ।ଦୀର୍ଘ ବର୍ଷ ପରେ ମା’ ଙ୍କର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଓ ଉତ୍ସାହ ଭରି ରହିଛି।

(ଭଞ୍ଜନଗର ରୁ ଜେ. କେ ପଟ୍ଟନାୟକ)

Comments (0)
Add Comment