ଆରପାରିରେ ଗାୟକ ସୁଧାକର କମଳାକାନ୍ତ ନାୟକ ।

ବାସୁଦେବପୁର,୧୧/୦୩: ଓଡିଶାର ନିଜସ୍ୱ ଲୋକକଳା ପାଲା ମାଧ୍ୟମରେ ସଂସ୍କୃତି ପରମ୍ପରାର ଗାଥାକୁ ସମଗ୍ର ରାଜ୍ୟ ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ,ଆନ୍ଧ୍ରପ୍ରଦେଶ ଓ ବିହାର ରାଜ୍ୟରେ ଲୋକପ୍ରିୟତା ଅର୍ଜନ କରିଥିବା ବର୍ଷିୟାନ ପାଲାଗାୟକ ତଥା ଗାୟକ ସୁଧାକର କମଳାକାନ୍ତ ନାୟକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତକ ଶ୍ରୀ ନାୟକ ପାଲା ଜଗତରେ ଜଣେ ଆଗ ଧାଡିର ପାଲାକାର ଭାବରେ ବେଶ ଜଣାଶୁଣା ଥିଲେ। ବାସୁଦେବପୁର ବ୍ଲକ କଳା ସଂସ୍କୃତି ସଂଘର ପ୍ରଥମ ଉପସଭାପତି ଭାବରେ ମନୋନୀତ ହୋଇଥିବା ସହ ପ୍ରସନ୍ନ ବାସୁଦେବ ପାଲା ମଣ୍ଡଳର ପ୍ରଥମ ସଭାପତି ଭାବରେ ମନୋନୀତ ହୋଇଥିଲେ । ଜଣେ ମିଷ୍ଠଭାଷି, ସଂଗଠନ ପ୍ରେମୀ କୁଶଳ କଲାକାରଙ୍କୁ ପାଲାଜଗତ ହରାଇଛି, ଯାହାର ଶୂନ୍ୟସ୍ଥାନ କେବେବି ପୁରଣ ହୋଇପାରିବନି ବୋଲି ବରିଷ୍ଠ ପାଲାକାର ନବକୁମାର ଲେଙ୍କା ଜଣାଇଛନ୍ତି । ଏହି ଦେହାନ୍ତ ଖବରପାଇ ରାଜ୍ୟ ପାଲା ପରିଷଦର ସଭାପତି ମଦନମୋହନ ଯେନା, ରାଜ୍ୟ ପାଲା ପରିଷଦର ସଂପାଦକ ବସନ୍ତ ରାଉତ, ଅବିଭକ୍ତ ଭଦ୍ରକ-ବାଲେଶ୍ୱର ଜିଲ୍ଲା ପାଲାଗାୟକ ପରିଷଦର ସଭାପତି ଡ. ରାଜକିଶୋର ନାୟକ,ସଂପାଦକ ଚନ୍ଦ୍ରଶେଖର ପାଢୀ,ବରିଷ୍ଠ ପାଲାଗାୟକ ଦାମୋଦର ଦାଶ, ଶ୍ରୀ ଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନର ବିପ୍ଳବ ସମ୍ବିତ କୁମାର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତକ ପାଲାଗାୟକ ଜଣକ ଦିର୍ଘ ଏକ ବର୍ଷରୁ ଉର୍ଦ୍ଧ ସମୟ ଧରି ପକ୍ଷାଘାତ ରୋଗରେ ପିଡୀତ ଥିଲେ । ଏହି ଖବରକୁ ନେଇ ବହୁ ସାହିତିକ,ସମାଜସେବୀ, ଜ୍ଞାନୀମାନେ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ।

Comments (0)
Add Comment