କେନ୍ଦ୍ରାପଡା,୨୪/୧୧(ପିପିଟି); ଆରଟିଓ ର ସମସ୍ତ କାମ ଅନଲାଇନ୍ ମାଧ୍ୟମରେ ହେବା ଦ୍ୱାରା ମଧ୍ୟମ ଶିକ୍ଷିତ ଏବଂ ନିମ୍ନ ଶିକ୍ଷିତ ଲୋକମାନେ ଏ ଥିରେ ବହୁ ହଇରାଣ ହେବା ଦେଖା ଯାଉଛି । ଏଫସି ହେଉ କି ଡିଏଲ୍ ହେଉ କି ପିପି ହେଉ ଅନଲାଇନ୍ ମାଧ୍ୟମରେ ହେବ ଦ୍ୱାରା ବେଳେବେଳେ ନେଟ୍ ସ୍ଲୋ ହୋଇଯିବାରୁ ଏକାଉଣ୍ଟସ୍ ରୁ ଟଙ୍କା କଟିଯାଉଥିବା ବେଳେ ରସିଦ ବାହାରି ପାରୁନାହିଁ । ଯାହା ଫଳରେ ଲୋକଟି ରସିଦ ନ ପାଇ ଯୋଗୁଁ ଅନଲାଇନ୍ ରେ ଆବେଦନ କରିଥିବା ଲୋକ ସହିତ ଅନେକ ସମୟରେ ବଚସା ହେବାର ଅନେକ ନଜୀରି ଆସୁଛି ।ଆବେଦନ କରିଥିବା ଲୋକ ପ୍ରତି ଅବିଶ୍ୱାସ ଆଣି ଅନ୍ୟ କେଉଁଠି ଯଦି ଲୋକଟି ଏହି ଆପିଲକେସନ ଟିକୁ ଚେକ୍ କରୁଛି ଭୁଲ ବସତ ଯଦି କିଛି ଭୁଲ ଅପେରଟିଙ୍ଗ୍ କରୁଛି ତେବେ ତାଙ୍କ କଟି ଯାଇ ଥିବା ସତ ଆଉ ରସିଦ ବାହାରି ପରିବ ନାହିଁ । ଯାହା ଫଳରେ ଲୋକଟି ଆଉ ଥରେ ପୁନଃ ଆବେଦନ କରିବ । ସବୁଠାରୁ ବଡ଼ କଥା ହେଲା ଲୋକଟି ଯଦି ଏ ବିଷୟରେ କିଛି ଅଭିଯୋଗ ଆଣିବ କାହା ପାଖକୁ ? Rto ନା sta ନା nic । ସବୁ ଘରୁ ଗୋଟିଏ କଥା ଆଉ ଟଙ୍କା ଫେରି ପାରିବ ନାହିଁ । ଆପଣ ଆଉ ଥରେ ପୁନଃ ଆବେଦନ କରନ୍ତୁ । ତେଣୁ ଏହି ବ୍ୟବସ୍ତା ପାଇଁ ଲୋକ ସୁବିଧା ପାଉନାହିଁ ବରଂ ଶୋଷଣର ଶିକାର ହଉଛି। ଖାଲି ରାଜଧାନୀର ଶୀତତାପ ନିୟନ୍ତ୍ରିତ ଘରେ ବସି ଆଇନ୍ ଆଣିଲେ ଲୋକର ସୁବିଧା ହେବନି । ଆଇନି ଆଣିବା ପୂର୍ବରୁ ଆଗ ଆଇନି ଟିକୁ ଭଲ ଭାବରେ ପରୀକ୍ଷଣ କରାଯାଉ ଏଥିରେ ଲୋକଟିର କେତେ ଉପକାରରେ ଆସିବ କି ଅପକାର କରିବ । ବାସ୍ତବ କଥା ଟିକୁ ଭୁଲି ଖାଲି ବାହା ବାହା ନେବା ପାଇଁ ଯଦି ଏହି ପରି କରାଯାଉଛି ତାହା କରା ନଯାଉ ।ନହେଲେ ଆଗାମୀ ଦିନ ମନଙ୍କର ଏହା ଆନ୍ଦୋଳନର ମୋଡ଼ ନେବ । କେନ୍ଦ୍ରାପଡା ହେଉ କି ଓଡିଶା ହେଉ ଏହି ରାଜ୍ୟର ଲୋକ ମାନେ କେତେ ଅନଲାଇନ୍ ଦ୍ୱାରା ଜଡିତ ତାହାକୁ ବିଚାରକୁ ନିଆଯାଉ ।ଏବଂ ଏହି ବ୍ୟବସ୍ଥା କୁ ଆହୁରି ସରଳ କରାଯାଉ । ଟଙ୍କା କଟିଯିବ ପରେ କେମିତି ରସିଦ ମାତ୍ର କିଛି ସମୟ ଭିତରେ ବାହାରି ପାରିବ ତାହାର ବ୍ୟବସ୍ଥା କରାଯାଉ । ଲୋକଟିର ଟଙ୍କା ଯଦି ଏକାଉଣ୍ଟସ୍ ରୁ କଟିଛି ରସିଦ ନ ବାହାରିଛି ତେବେ ସେ ଟଙ୍କାକୁ ତା ଏକାଉଣ୍ଟସ୍ କୁ ଫେରେଇ ଦିଆଯାଉ । ଲୋକଟିର ଅଭିଯୋଗ ଶୁଣିବା ପାଇଁ ଏକ ହେଲପ୍ ଲାଇନ୍ ନମକ ମଧ୍ୟ ଦିଆଯାଇଛି ।
(ରିପୋର୍ଟ- ରବୀନ୍ଦ୍ର କୁମାର ପାତ୍ର ।)