କୋଦଳା,୦୬/୦୨(ପିପିଟି):ବେଗୁନିଆପଡା ବ୍ଲକ ସାଙ୍କୁଡ଼ା ଆର ଏନ ଏସ ଗୁରୁକୁଳର ଦୁଇ ଦିନିଆ ଏକାଦଶ ତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସରେ ଏହି ଉତ୍ସବକୁ ସ୍ଥାନୀୟ ସରପଞ୍ଚ ସୁଷମା ତିଆଡ଼ି ଉଦଘାଟନ କରିଥିବା ବେଳେ ସଭାପତି ବସନ୍ତ କୁମାର ବାରିକଙ୍କ ଅଧକ୍ଷତା କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଏନଏସ ଚିଲିକା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଚିନ୍ମୟ କୁମାର ପରିଡା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଦେବେନ୍ଦ୍ର କୁମାର ମହାରଣା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ଅନ୍ୟତମ ଶିକ୍ଷକ ରଞ୍ଜନ କୁମାର ଦ୍ୱାରି, ବରିଷ୍ଠ ଶିକ୍ଷକ ପ୍ରବୋଧ ଚନ୍ଦ୍ର ମୁଦ୍ରା ସାଙ୍କୁଡା ନାଏବ ସରପଞ୍ଚ ଗଦାଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉଦଯାପନୀ ଉତ୍ସବରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଧବଳେଶ୍ୱର ବିଦ୍ୟାପୀଠର ଶିକ୍ଷକ ନୀଳକଣ୍ଠ ଦାଶ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସେନା କର୍ମଚାରୀ ଜଗତଜିବନ ପାତ୍ର ଓ ସାମ୍ବାଦିକ ଦେବାଶିଷ ମହାରଣା,ସମିତିସଭ୍ୟ ଅଶୋକ କୁମାର ତାରିଣୀ,ସିଆରସିସି ସିମାଞ୍ଚଳ ପରିଡା ପ୍ରମୁଖ ଯୋଗଦେଇଥିବା ବେଳେ ଅନୁଷ୍ଠାନର ମୁଖ୍ୟ ପୁରୁଷୋତ୍ତମ ସ୍ୱାଇଁ ଉପସ୍ଥିତ ରହିବା ସହିତ ତପସ୍ୱିନୀ ଜେନା ଓ ସୋନାଲି ସୁମନ୍ତରାୟ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)