ଭଞ୍ଜନଗର, ୩୦/୦୯(ପିପିଟି):ଭଞ୍ଜନଗର ଆମ ପୋଲିସ ସମିତି ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଦୂର୍ଗା ପୂଜା କିଭଳି ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା। ପୂଜା ସମୟରେ ବିଶେଷ କରି ଟ୍ରାଫିକ ସମସ୍ଯା ରହୁଛି। ତେଣୁ ଟ୍ରାଫିକ ପୋଲିସ ବ୍ୟବସ୍ଥା ସହ କେତେକ ରାସ୍ତାରେ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଇବା ପାଇଁ ରୋଟାରିଆନ ଶ୍ରୀରାମ ପାଳ ବୈଠକରେ ନିବେଦନ କରିଥିଲେ। ବୈଠକରେ ପୂଜା କମିଟି କର୍ମକର୍ତ୍ତା ଏବଂ ଆମ ପୋଲିସ ସମିତି କର୍ମକର୍ତ୍ତା ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।
ଏ ଏସ୍ ପି ପ୍ରଫୁଲ୍ଲ କୁମାର ବଡଜେନା ବୈଠକରେ ସଭାପତିତ୍ବ କରିଥିଲେ। ଥାନା ଅଧିକାରୀ ଭଗବାନ ପୂଜାରୀ, ଏନ୍ ଏ ସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସଭ୍ୟ କୃତିବାସ ବିଶ୍ଵାଳ, ଭଞ୍ଜ ସାହିତ୍ୟ ପରିଷଦ ଦୂର୍ଗା ପୂଜା କମିଟି ସଭାପତି ସୁଶାନ୍ତ ମହାପାତ୍ର, ଭଞ୍ଜନଗର ଆଂଚଳିକ ପରିବହନ ବିଭାଗ ଅଧିକାରୀ ଶୁଭେନ୍ଦୁ ରାୟ, ସନ୍ତୋଷ ଜେନା, ଜଗବନ୍ଧୁ ଜେନା,ରାଜା ସାହୁ, ବିଶ୍ଵଜନନୀ କଳା ପରିଷଦ ସଭାପତି ଶାନ୍ତନୁ ଦାସ, ବିଡେକା ସଭ୍ୟ ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜଗଦୀଶ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅନୁପମ ବାନାର୍ଜୀ ସଭାକୁ ସଂଯୋଜନା କରିଥିଲେ।
ରିପୋର୍ଟ-ଜେ କେ ପଟ୍ଟନାୟକ