ଭଞ୍ଜନଗର,୦୧/୧୦(ପିପିଟି): ଭଞ୍ଜନଗର ଆମ ପୋଲିସ ସମିତି ପକ୍ଷରୁ ୭୬ତମ ବୈଠକ ଏନ୍ଏସି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର,ସମ୍ମାନିତ ଅତିଥି ରୂପେ ଥାନା ଅଧିକାରୀ ଧିରେସ କୁମାର ଦାସ, ଅତିରିକ୍ତ ଥାନା ଅଧିକାରୀ ବିଦ୍ୟା ଭାରତୀ ନାୟକ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଏନ୍ଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଓ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ ମଞ୍ଚରେ ଉପସ୍ଥିତ ଥିଲେ। ଏଥିରେ ଚଳିତ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଆମ ପୋଲିସ ସମିତି ପକ୍ଷରୁ ଭଞ୍ଜନଗରରେ ଥିବା ସମସ୍ତ ୪ଟି ପୂଜା କମିଟିର କର୍ମକର୍ତ୍ତାଙ୍କୁ ଡକାଯାଇ ଶାନ୍ତି ଶୃଙ୍ଖଳାରେ ପୂଜା କରିବା ସହ, ଟ୍ରାଫିକ ସମସ୍ୟା, ପୁଲିସକୁ ସହଯୋଗ କରିବା, ପୂଜା କମିଟି ପକ୍ଷରୁ ଅଧିକ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରିବା, ଭାଷାଣିରେ କୌଣସି ବିଶୃଙ୍ଖଳା ନକରିବା,ସମସ୍ତ କାର୍ଯ୍ୟକ୍ରମକୁ ଅନୁମତିପତ୍ରରେ ଦର୍ଶାଇବା ଓ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।ପୂଜା ସମୟରେ ଭିଡକୁ ଦେଖି ଛିନତାଇ ଭଳି ଘଟଣାର ଆଶଙ୍କା ଥିବାରୁ ମହିଳାମାନେ ସତର୍କ ରହିବା ସହ ଦାମୀ ଅଳଙ୍କାର ପିନ୍ଧିବା ପାଇଁ ବାରଣ କରାଯାଇଛି। ସହରରେ ଡ୍ରଗ୍ସ କାରବାର, ବାଇକ ପୋଡ଼ି, ଜୁଆ ଖେଳ,ଚୋରି, ମଦ୍ୟପାନ କରି ଦ୍ରୁତଗତିରେ ଗାଡ଼ି ଚାଳନା ଉପରେ ପୁଲିସ କଡ଼ା ନଜର ରଖିଥିବା ଏସଡିପିଓ ଶ୍ରୀ ମିଶ୍ର କହିଥିଲେ।କୌଣସି ଅଘଟଣର ଆଶଙ୍କା ଥିଲେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେବାପାଇଁ ଆଇଆଇସି ଶ୍ରୀ ଦାସ କହିଥିଲେ।କାର୍ଯ୍ୟକ୍ରମରେ ଅନୁପମ ବାନାର୍ଜୀ ସଂଯୋଜନା କରିଥିବା ବେଳେ ଅନ୍ତର୍ଯ୍ୟାମୀ ତ୍ରିପାଠୀ, ଲୋକନାଥ କର, ଜଗଦୀଶ ପାଣିଗ୍ରାହୀ, ଦିଲିପ ମହାନ୍ତି, ହର୍ଷି ଜେନା,ଲବଙ୍ଗ ଲତା ନାୟକ, ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ, ବିଶ୍ବମ୍ବର ଜେନା,ବାବୁଲା ପ୍ରଧାନ, ରବୀନ୍ଦ୍ର ପାତ୍ର ଓ ଅନ୍ୟ ପୁଲିସ କର୍ମୀ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )