ଆମ ପୁଲିସ ସମିତି ବୈଠକ;  ଦଣ୍ଡଯାତ୍ରାରେ ଅଶ୍ଲୀଳତା ଉପରେ ନଜର ।

ଭଞ୍ଜନଗର,୨୯/୦୩(ପିପିଟି):ବର୍ତ୍ତମାନ ଦଣ୍ଡଯାତ୍ରା ସମୟରେ ଅଶ୍ଳିଳତାକୁ କିଛି ସ୍ଥାନରେ ପ୍ରାଧ୍ୟାନ୍ୟ ଦେଇ ରେକର୍ଡ ଡ୍ୟାନ୍ସ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉ ଥିବାରୁ ପାରମ୍ପରିକ ସଂସ୍କୃତି ବିପଥଗାମୀ ହେବା ସହ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଆଜି ମୁଜାଗଡ ପଞ୍ଚାୟତର ନିଧିଆପଲ୍ଲୀ ଗ୍ରାମରେ ଆୟୋଜିତ ଆମ ପୁଲିସ ସମିତି ବୈଠକରେ ଅତିଥି ମାନେ ପ୍ରକାଶ କରିଛନ୍ତି। ଏଣୁ ବିଭିନ୍ନ ଦଣ୍ଡଯାତ୍ରା କମିଟିର ଅଧିକାରୀ ମାନଙ୍କୁ ଆଜିର ବୈଠକକୁ ଡକାଯାଇ ଦଣ୍ଡଯାତ୍ରା ସମୟରେ ଅଶ୍ଳିଳତାକୁ ଯେଭଳି ସ୍ଥାନ ଦିଆଯିବ ନାହିଁ ସେନେଇ ସଚେତନ କରାଯାଇଛି। ଏଥିସହ ଗୁଣିଗାରେଡି ଭଳି ଅନ୍ଧ ବିଶ୍ବାସ ସହ ସାମଜିକ ବାସନ୍ଦ ଭଳି କୁକାର୍ଯ୍ୟରୁ ନିବୃତ୍ତ ରହିବା ସହ ଏସଂପର୍କରେ ପୁଲିସକୁ ନିର୍ଭୟରେ ଖବର ଦେବା ପାଇଁ ଅତିଥି ମାନେ କହିଥିଲେ। ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଥାନା ଅଧିକାରୀ ଧୀରେଶ କୁମାର ଦାସ,ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଓଲଷ୍ଟା ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନନା,ଆତ୍ମା ଅଧ୍ୟକ୍ଷ ଦିଲ୍ଲିପ କୁମାର ଦାସ,ଜିଲ୍ଲା ପରିଷଦ ସଦସ୍ୟା ଶୌଳବାଳା ବିଶୋୟୀ,ସରପଞ୍ଚ ସୁକାନ୍ତି ସେଠୀ,ସାଂସଦ ପ୍ରତିନିଧି ପଞ୍ଚାନନ ପାଳ,ଶୂଳପାଣୀ ଶତପଥୀ, ସାମ୍ବାଦିକ ଲୋକନାଥ କର, ଅର୍ନ୍ତର୍ଯ୍ୟାମୀ ତ୍ରିପାଠୀ,ରବି ନାରାୟଣ ମହାନ୍ତି,ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହାକୁ ପ୍ରାକ୍ତନ ରେଞ୍ଜର ଅନୁପମ ବାନାର୍ଜି ସଂଯୋଜନା କରିଥିଲେ। ଏହି ଅବସରରେ ଏସଡିପିଓ ଶ୍ରୀ ମିଶ୍ର ଏବଂ ହାବିଲଦାରକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ମହିଳା ସାମିଲ ହୋଇଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment