ଆମ ଆଦମୀ ପାର୍ଟି ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

ମାଲକାନଗିରି,୦୪/୧୧(ପିପିଟି): ଆଜି ମାଲକାନଗିରି ଆମ୍ ଆଦମୀ ପାର୍ଟି ତରଫରୁ ଜିଲ୍ଲାପାଳଙ୍କୁ ବିଭିନ୍ନ ସମସ୍ଯା ନେଇ ଦାବି ପତ୍ର ପ୍ରଦାନ କରାଯାଇଛି। ସେରପଲ୍ଲୀ ଗ୍ରାମ ପଞ୍ଚାୟତର ରଙ୍ଗମାଟିଗୁଡା ଗ୍ରାମରେ ଦୀର୍ଘ ଦିନ ଧରି ଅଙ୍ଗନୱାଡି କେନ୍ଦ୍ର ପାଇଁ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପ୍ରଶାସନ ଦାବି କରି ଆସିଥିଲେ ମଧ୍ଯ ସୁଫଳ ହେଉନାହିଁ । ଏହି ଗ୍ରାମରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । ଏହି ଗ୍ରାମରେ ବର୍ତ୍ତମାନ ସୁଦ୍ଧା ଅନେକ ଗର୍ବବତୀ ମହିଳା,ବୃଦ୍ଧା ଓ ୨୦ରୁ ଉର୍ଦ୍ଧ୍ବ ୫ ବର୍ଷରୁ କମ ବୟସର ଶିଶୁ ଅଛନ୍ତି । ଏଠାରେ ଅଙ୍ଗନୱାଡି କେନ୍ଦ୍ର ନଥିବାରୁ ଗ୍ରାମବାସୀ ମାନେ ପ୍ରାୟ ୩ କିମି ଦୂର ପଦ୍ରାପଲ୍ଲୀ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ଉପରେ ନିର୍ଭର କରି ଚଳୁଛନ୍ତି । ତେଣୁ ରଙ୍ଗମାଟିଗୁଡା ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଯାଉ। ମାଲକାନଗିରି ପୌରପରିଷଦ ୱାର୍ଡ ନମ୍ୱର ୧୩ ତାମିଲ କ୍ୟାମ୍ପ ଛକରେ ଏକ ଟ୍ରାଫିକ ପୋଷ୍ଟ କରାଯାଇ ଯାନବାହାନ ନିୟନ୍ତ୍ରଣ କରାଯାଉ। ଡିଡିୟୁ-ଜିକେୱାଇ ପଛରେ ଥିବା ମଦ ଦୋକାନକୁ ଉକ୍ତ ସ୍ଥାନରୁ ସ୍ଥାନାନ୍ତର କରାଯାଉ। ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଏକ ବିଶ୍ରାମଗାର ନିର୍ମାଣ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ଆମ୍ ଆଦମୀ ପାର୍ଟିର ସଭାପତି କେ. ଦେଶୀ ରାଜୁ ଅଚାରୀ, ଆଇନଜୀବୀ ତଥା ସକ୍ରିୟା କର୍ମୀ ରବିନ୍ଦରନାଥ ମାଢି, ରାମ ମୂର୍ତ୍ତି କିର୍ଷାନୀ ଏବଂ ସେରପାଲ୍ଲୀ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲାକନଗିରି)

Comments (0)
Add Comment