ମାଲକାନଗିରି,୦୮/୦୯(ପିପିଟି):
ମାଲକାନଗିରି ସଦରମହକୁମା ସ୍ଥିତ ଗୋଲଡେନ ଭିୟୁ ହୋଟେଲ ଠାରେ ଆମ ଆଦମୀ ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ସେପ୍ଟେମ୍ବର ୧୧ ତାରିଖରେ ମାଲକାନଗିରି ନଗର ଭବନ ଠାରେ ଆମ ଆଦମୀ ପାର୍ଟିର ଜିଲ୍ଲା କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି କର୍ମୀ ସମ୍ମିଳନୀରେ ଶିକ୍ଷା , ସ୍ବାସ୍ଥ୍ୟ,ବିଜୁଳି,ପାଣି,ରୋଜଗାର, କୃଷି,ପରିବେଶ , ମହିଳା ସଶକ୍ତିକରଣ ଏବଂ ଆଦିବାସୀ ସମାଜର ଉନ୍ନତି ପାଇଁ ଠୋସ୍ ରାଜନୈତିକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ରଣସିଂହ କହିଛନ୍ତି । ସଂଗଠନକୁ ସୁଦୃଢ଼ କରିବା ପାଇଁ ଏବଂ ମାଲକାନଗରି କୋଣ ଅନୁକୋଣରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କର ବିକଳ୍ପ ରାଜନୀତିର ବାର୍ତ୍ତାକୁ ପହଞ୍ଚାଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି । ଓଡ଼ିଶାରେ ବିଗତ ୨୩ ବର୍ଷ ଧରି ଶାସନରେ ଥିବା ବିଜୁ ଜନତା ଦଳର ଦୁର୍ନୀତି ଏବଂ ଅରାଜକତା ବୃଦ୍ଧି ପାଇଛି । ଆମ୍ ଆଦମୀ ପାର୍ଟ ଜନ ସଚେତନତା କରିବା ସହ ରାଜ୍ୟବାସୀଙ୍କର ଏକମାତ୍ର ଆଶା ଭରସା ବିକଳ୍ପ ଭାବେ ନିଜକୁ ପ୍ରତିଷ୍ଠିତ କରିବ ଆମ ଆଦମୀ ପାର୍ଟି। ସମସ୍ତେ ଜାଣିଛନ୍ତି ଯେ ଆମ ଆଦମୀ ପାର୍ଟି ଜନତ ସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ କରିବ, ସ୍ବଛ ଏବଂ ଦୁର୍ନୀତି ମୁକ୍ତ ଶାସନ ହେବା ସହିତ ସୁଦ୍ରୁଢ ଅର୍ଥନୀତି ଗଢ଼ିତୋଳିବା ଆମ୍ ଆଦମୀ ପାର୍ଟିର ଲକ୍ଷ୍ୟ । ଆଜିର ଏହି ସମ୍ମିଳନୀରେ ପାର୍ଟି ମାଲକାନଗିରି ପାଇଁ ତାର ନିଜସ୍ବ ରଣନୀତି ପ୍ରସ୍ତୁତ କରିବ । ଆଗାମୀ ୧୧ତାରିଖରେ ଆୟୋଜିତ ହେବାକୁ ଥିବା ଜିଲ୍ଲା କର୍ମୀ ସମ୍ମିଳନୀରେ ରାଜ୍ୟର ସମସ୍ତ ପଦାଧିକାରୀ ଏବଂ ଜିଲ୍ଲାର ସକ୍ରିୟ କର୍ମୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଜିଲ୍ଲା ଆବାହକ କେ ଦେଶୀରାଜୁ ଆଚାରୀ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଜାତୀୟ ପରିଷଦ ସଭ୍ୟ ପ୍ରଶାନ୍ତ କୁମାର ରଣସିଂହଙ୍କ ସହିତ ଜିଲ୍ଲାର ଅନ୍ୟ ପଦାଧିକାରୀ ମାନେ ସମ୍ବୋଧିତ କରିବେ । ଏହି ସମ୍ମିଳନୀକୁ ସଫଳକରିବା ପାଇଁ ଏବଂ ସାଧାରଣ ଜନତାଙ୍କୁ ଅଧିକରୁ ଅଧିକ ଯୋଗଦେବାକୁ ଆମ ଆଦମୀ ପାର୍ଟି , ମାଲକାନଗିରି ଜିଲ୍ଲା ତରଫରୁ ଅନୁରୋଧ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀକୁ ଜିଲ୍ଲା ଆବାହକ କେ.ଦେଶରୀକୁ ଆଚାରୀ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ରଣସିଂହ ସମ୍ବୋଧିତ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଏହି ସମ୍ମିଳନୀରେ ରବିନ୍ଦ୍ର ମାଡ଼ି , ସୁଶାନ୍ତ ସାମଲ, ସବୁ ବିଶ୍ବାସ , ଅଜିତ ସଗଡିଆ , ସମୀର ବୈରାଗୀ , ଦଶରଥ ମାଡ଼କାମି ଏବଂ ଜିଲ୍ଲାର ସମସ୍ତ ବ୍ଲକର ସକ୍ରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)