ଆମ୍ ଆଦମୀ ପାର୍ଟୀର ବିଜୁଳି ଆନ୍ଦୋଳନକୁ ନେଇ ସାଧାରଣ ସଭା ଅନୁଷ୍ଠିତ।

ବେଗୁନିଆ,୨୭/୦୪(ପିପିଟି):ବାଘମାରୀସ୍ଥ ତୃପ୍ତି କଲ୍ୟାଣ ମଣ୍ଡପ ପରିସରରେ ଆମ୍ ଆଦମୀ ପାର୍ଟୀର ବିଜୁଳି ଆନ୍ଦୋଳନକୁ ନେଇ ଶିଳ୍ପୀ କଳ୍ପତରୁ ପଣ୍ଡାଙ୍କ ଆବାହକତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଆମ୍ ଆଦମୀ ପାର୍ଟୀ ଖୋର୍ଦ୍ଧା ଜିଲ୍ଲା ସଭାପତି ଶୁଭାଶିଷ ସ୍ୱାଇଁ ଏହି ସଭାର ସଭାପତିତ୍ୱ କରିଥିଲେ। ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ ପରେ ସ୍ବାଗତ ସଂଗୀତ ଗାନ କରାଯାଇଥିଲା ପରେ ସଭାରେ ଉପସ୍ଥିତ ବାଘମାରୀ ପଞ୍ଚାୟତ ର ନାରୀ ନେତ୍ରୀ କବିତା ମହାରଣା ଅଞ୍ଚଳରେ ଭୁଶୁଡ଼ି ପଡିଥିବା ଶିକ୍ଷ୍ୟା ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ସମାଜ ସେବୀ ବିଚିତ୍ରାନନ୍ଦ ସୁବୁଧି ଆମ ରାଜ୍ୟର ଜଳ ଜମି ଜଙ୍ଗଲ ଉପରେ ଆମର ଅଗ୍ରାଧିକାର ରହିଥିବା ବେଳେ ସେଇଥିରୁ ଉତ୍ପନ୍ନ ବିଜୁଳି ରେ କାହିକି ଆମର ଅଧିକାର ନାହି ବୋଲି ପ୍ରଶ୍ନ ଉଠେଇ ଥିଲେ। ଆବାହକ କଳ୍ପତରୁ ପଣ୍ଡା ଆମ୍ ଆଦମି ପାର୍ଟିର ବିଜୁଳି ଆନ୍ଦୋଳନ ରେ ଚାଲିଥିବା ମୁଖ୍ୟମନ୍ତ୍ରୀଙ୍କୁ ମାଗଣା ଦୁଇଶହ ୟୁନିଟ ବିଜୁଳି ପାଇଁ ଦରଖାସ୍ତ ଅଭିଯାନକୁ ବାଘମାରୀ ସିମୋର, ଡିଙ୍ଗର, ବେଗୁନିଆ, ପୋଡ଼ାଡିହ, ସାରୁଅ ପଞ୍ଚାୟତରୁ ସଂଗୃହିତ ପ୍ରାୟ ଲୋକଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ଦେଇ ଅଞ୍ଚଳ ବାସୀଙ୍କ ଅକୁଣ୍ଠ ସହଯୋଗ ଥିବା ପ୍ରକାଶକରିଥିଲେ। ସିମୋର ପଞ୍ଚାୟତର ଶିଳ୍ପୀ କିଶୋର ବେହେରା ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇ ଥିଲା ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment