ବ୍ରହ୍ମପୁର,୨୮/୦୮(ପିପିଟି): ସ୍ଥାନୀୟ ଗେଟ ବଜ଼ାର ସ୍ଥିତ ଗୋଲ୍ଲାପଲ୍ଲୀ ସାହି ଗଞ୍ଜାମ ଜିଲ୍ଲା ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲା ପାର୍ଟି କାର୍ଯ୍ୟକର୍ତ୍ତାଙ୍କର ଏକ ସାଙ୍ଗଠନିକ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ବୈଠକରେ ପାର୍ଟିର ନୂତନ ଭାବେ ଜିଲ୍ଲା ପ୍ରଭାରୀ ଦାୟିତ୍ୱ ନେଇଥିବା ଇଂ. ରୁଚିର ରୁଦ୍ର ରଥ ଯୋଗଦେଇ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା କିପରି ସଂଗଠନକୁ ମଜବୁତ କରି ୨୦୨୪ ନିର୍ବାଚନରେ ଲଢେଇ କରି ବିଜୟଲାଭ କରିବ ତାହାର ମତ ରଖିଥିଲେ । ଆଗାମୀ ସେପ୍ଟେମ୍ବର ୧୮ ତାରିଖରେ ଜିଲ୍ଲା ସମ୍ମିଳନୀ ବ୍ରହ୍ମପୁର ଟାଉନ ହଲରେ କରିବା ପାଇଁ କାର୍ଯ୍ୟକ୍ରମରେ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲା ଆବାହକ ସୁବାଷ ରାଉତ ସଂଗଠନକୁ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ପାଇଁ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ଗଞ୍ଜାମ ଜିଲ୍ଲା ସମ୍ପାଦକ ତଥା କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଆଦିତ୍ୟ ନାରାୟଣ ରଥ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ମୋଡେଲକୁ ଓଡିଶା ଲୋକେ ମଧ୍ୟ ଚାଁହୁଚନ୍ତି । ତେଣୁ ଏକାଠି ହୋଇ ପାର୍ଟିକୁ ଓଡ଼ିଶାରେ ସରକାରକୁ ଆଣିବାକୁ ଦିନରାତି ପରିଶ୍ରମ କରିବା ପାଇଁ ଅଣ୍ଟା ଭିଡ଼ିବାକୁ ସାଥୀ ମାନଙ୍କୁ ଆବାହନ କରିଥିଲେ । ସଭା ମଞ୍ଚରେ ଉପ ସଭାପତି ସୁଧୀର ପ୍ରଧାନ, ନଗର ସଭାପତି ସି. ହରପ୍ରସାଦ ସମତେ ପଚାଶରୁ ଉର୍ଦ୍ଧ୍ବ ବିଭିନ୍ନ ବ୍ଲକରୁ ଆସିଥିବା କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ । ବୈଠକରେ ଏକ ଚାଳିଶି ଜଣିଆ କମିଟି ଗଠନ କରାଯାଇଥିଲା ।
(ରିପୋର୍ଟ- ଆରତ କୁମାର ହୋତା। )