ଆମ୍ ଆଦମୀ ତରଫରୁ କାରଗିଲ୍ ବିଜୟ ଦିବସପାଳନ।

ବୋଲଗଡ଼୨୬/୦୭(ପିପିଟି):କାରଗିଲ ବିଜୟ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଗେଡୀଆ ପଲ୍ଲୀ ପଞ୍ଚାୟତ ସାଲତରା ବାଲୁଙ୍କେଶ୍ୱର ଦେବ ମନ୍ଦିର ପରିସରରେ ଆମ୍ ଆଦମୀ ପାର୍ଟୀ ଆୟୋଜନରେ ଏକ ସଭାର ଆୟୋଜନ କରାଯାଇଥିଲା ଯେଉଁଥିରେ ଆପ୍ ଖୋର୍ଧା ଜିଲ୍ଳା ସଭାପତି ଶୁଭାଶିଷ ସ୍ୱାଇଁ,ଆପ୍ ରାଜ୍ୟ ଉପ ସଭାପତି ଦୁର୍ଗା ଦାସ,ମିଡିଆ ସମ୍ପାଦକ ଅନୁଜ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ ପରେ ବ୍ଲକ୍ ସଭାପତି କଳ୍ପତରୁ ପଣ୍ଡା ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ ଶୁଭାଶିଷ ସ୍ୱାଇଁ ଏକାଠି ହୋଇ ବର୍ତ୍ତମାନ ଶିକ୍ଷା ସ୍ବାସ୍ଥ୍ୟ ପାଇଁ ଭ୍ରଷ୍ଟାଚାର୍ ବିରୋଧରେ ଲଢିବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ. ଦୁର୍ଗଦାସ କିଶାନ ମାନଙ୍କ ପ୍ରତି ହେଉଥିବା ଅବହେଳା ବିଷୟରେ ଚିନ୍ତା ପ୍ରକଟକରିଥିଲା ବେଳେ କୃଷକ ନେତା କାହ୍ନୁ ବେହେରା, ଜୟନ୍ତ ତ୍ରିପାଠୀ, ନାରୀ ନେତ୍ରୀ ପଦ୍ମାଳୟା ମହାପାତ୍ର ଏହି ଲଢେଇକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସଂକଳ୍ପ କରିଥିଲେ। ଏହୀ ସଭାରେ ପ୍ରତାପ ସେଠୀ, ସୁଶାନ୍ତ ମିଶ୍ର, ସନ୍ଧ୍ୟାରାନି ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment