ଆମ୍ ଆଦମି ପାର୍ଟିର ଶ୍ରଦ୍ଧାଞ୍ଜଳୀ ସଭା।

ବୋଲଗଡ଼,୧୧/୦୭(ପିପିଟି): ଜାପାନର ମାନ୍ୟବର ପ୍ରଧାନ ମନ୍ତ୍ରୀ ସ୍ୱର୍ଗତଃ ସିଞ୍ଜୋ ଆବେଙ୍କ ଆତଙ୍କ ବାଦୀ ଦ୍ବାରା ହତ୍ୟାକୁ ଦୃଢ ନିନ୍ଦା କରି ଆମ ଆଦମି ପାର୍ଟି ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତ ଜରିପଡା ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି.ଯୁବ ସମାଜ ସେବୀ ସୁଶାନ୍ତ ମିଶ୍ରଙ୍କ ଦ୍ବାରା ଆୟୋଜିତ ଏହି ସଭାରେ ଆମ ଆଦମି ପାର୍ଟିର ଜିଲ୍ଲା ସଭାପତି ଶୁଭାଶିଷ ସ୍ୱାଇଁ ସଭାପତିତ୍ୱ କରି ଥିଲେ ଓ ବ୍ଲକ୍ ସଭାପତି ଶିଳ୍ପୀ କଳ୍ପତରୁ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଈ ବିଶ୍ବ ରାଜନିତୀ ରେ ସିଞ୍ଜୋ ଆବେଙ୍କ ଗୁରୁତ୍ବ ପୂର୍ଣ ଭୁମିକା ଓ ଭାରତ ସହ ତାଙ୍କର ସମ୍ପର୍କକୁ ନେଇ ସ୍ମୃତି ଚାରଣ କରିଥିବା ବେଳେ ସଭାପତି ଶ୍ରୀ ସ୍ୱାଇଁ ରାଜନୈତିକ ହିଂସା ପ୍ରତିହିଂସାକୁ ଦୃଢ ନିନ୍ଦା କରିବା ସହ ଏହାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ବା ଦଳ ସମାଜ ପାଇଁ ସବୁବେଳେ କ୍ଷତିକାରକ। ବର୍ତ୍ତମାନ ସମୟରେ ଏହି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହିଂସାର ସର୍ବାଧିକ ଶିକାର ଆମ୍ ଆଦମି ପାର୍ଟି ର ନେତା ମାନେ ହେଉ ଥିବା ବେଳେ ପ୍ରତିହିଂସା ପରାୟଣ ନ ହୋଇ ସାହାସ ଓ ଧର୍ଯ୍ୟର ସହିତ ମୁକାବଲା କରୁଥିବା ସୂଚାଇ ଥିଲେ। ଆବାହକ ଶ୍ରୀ ମିଶ୍ର ଓ ଜରି ପଡା ଗ୍ରାମର ଅଧିବାସୀ ମାନେ ମିଳିତ ଭାବେ ଶ୍ରୀ ରଘୁନାଥ ପିଠରେ ମହମବତି ଜଳାଇ ଅମର ଆତ୍ମାର ସଦଗତି କାମନା କରିବା ସହ ବିଶ୍ବ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment