ଆମ୍ବ ଗୋଟେଇବା ହେଲା କାଳ, ବଜ୍ରପାତରେ ଯୁବତୀର ହେଲା ମୃତ୍ୟୁ।

ରାୟଗଡା,୨୯/୦୫(ପିପିଟି); ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ମହକୁମାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆମ୍ବ ଗୋଟେଇବାକୁ ଯାଇଥିବା ବେଳେ ବଜ୍ରପାତ ଘଟି ଜଣେ ଝିଅର ମୃତ୍ୟୁ ଘଟିଛି। ଝିଅଟିର ନା ବବି ଚାମିଆ ବୟସ ୧୫। ସୂଚନା ଅନୁସାରେ ସିକରପାଇ ଗ୍ରାମ ଝଡ଼ିଆ ସାହିର ସ୍ବର୍ଗତ ଗୁରୁ ଚାମିଆଁ ଙ୍କ ଝିଅ ବବି ଚାମିଆ ଆଜି ଦିନ ଦୁଇଟା ସମୟରେ ପାଖ ଆମ୍ବ ତୋଟାକୁ ଆମ୍ବ ଗୋଟେଇବା ପାଇଁ ଯାଇଥିବା ବେଳେ ହଠାତ୍ ବର୍ଷା ଓ ପବନ ତୀବ୍ର ଗତିରେ ମାଡ଼ି ଆସିବା ସହ ଆମ୍ବଗଛରେ ବଜ୍ରପାତ ହୋଇଥିଲା। ଆମ୍ବ ଗଛଟି ଯୁବତୀଙ୍କ ଉପରେ ପଡ଼ିଯିବାରୁ ଘଟଣା ସ୍ଥଳରେ ଯୁବତୀର ମୃତ୍ୟୁ ଘଟିଥିଲା। କିଛି ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ, ଅଗ୍ନିଶମ ବିଭାଗର କର୍ମଚାରୀ ଆସି ଗଛ ତଳେ ଚାପି ହୋଇ ରହି ଯାଇଥିବା ଶବକୁ ଉଦ୍ଧାର କରିଥିଲେ। ଏହା ପରେ ପୋଲିସ୍ ଓ ଡାକ୍ତରଟିମ୍ ପହଞ୍ଚି ତଦନ୍ତ କରିଲା ପରେ ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାର ବର୍ଗ ସହ ଗ୍ରାମବାସୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ଘଟଣାଟି ଘଟିବାପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

(ରିପୋର୍ଟ- ନବୀନ ନାୟକ ବେହେରା। )

Comments (0)
Add Comment