ବୋଲଗଡ଼,୨୨/୦୮(ପିପିଟି) : ଆମ୍ବ ଗଛରୁ ଅହରହ ବାହାରୁଛି କ୍ଷୀର । ଏହିଭଳି ଘଟଣା ପ୍ରଚାର ପରେ ଘଟଣାସ୍ଥଳରେ ସୃଷ୍ଟି ହୋଇଛି ଆଧ୍ଯାତ୍ମିକ ପରିବେଶ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ନିକଟସ୍ଥ ଏକଡାଳିଆ ଗ୍ରାମରେ । ଆଜି ସକାଳୁ ଗ୍ରାମର ନିକଟରେ ଥିବା ଶିବ ମନ୍ଦିର ପାଖରେ ପାଖରେ ଥିବା ବହୁ ବର୍ଷର ପୁରୁଣା ଆମ୍ବ ଗଛରୁ କ୍ଷୀର ବାହାରୁଥିବାର ଦେଖି ବାକୁ ମିଳିଛି। ମନ୍ଦିରକୁ ଆସିଥିବା କିଛି ଶ୍ରଦ୍ଧାଳୁ ଭକ୍ତ ମାନେ ଏହା ଦେଖିଥିଲେ । ଏହି ଖବର ପ୍ରଚାର ହେବା ପରେ ସେଠାରେ ଲୋକମାନଙ୍କ ଭିଡ ଲାଗିଥିବା ବେଳେ ଅନେକ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ପୂଜା କରୁଥିବା ଆମ୍ବ ଗଛରୁ କ୍ଷୀର ବୋହିବା ଚାଲିଥିବା ବେଳେ ଏହାକୁ ନେଇ ଆଧ୍ଯାତ୍ମିକ ପରିବେଶ ସୁଷ୍ଟି ହୋଇଛି । କେହି କେହି ଏହାକୁ ମହାପ୍ରଭୁଙ୍କ ମାହାତ୍ମ୍ଯ ବୋଲି କହୁଥିବା ବେଳେ କେହି କେହି ଚମତ୍କାର ବୋଲି କହୁଛନ୍ତି । ସେହିଭଳି ଗଛରୁ ବାହାରୁଥିବା ଏହି କ୍ଷୀରର ବାସ୍ନା ଚନ୍ଦନ କର୍ପୁର ଭଳି ହେଉଥିବା କହିଛନ୍ତି ଗ୍ରାମବାସୀ।ଏପରିକି ସେହି ଆମ୍ବ ଗଛକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଲାଗିରହିଛି ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)