ଆମ୍ବପୁଆ ସମିତି ସଭ୍ୟା ପ୍ରମିଳା ପ୍ରଧାନ ହେଲେ ବେଲଗୁଣ୍ଠା ବ୍ଳକ୍ ଉପାଧ୍ୟକ୍ଷା ।

ବେଲଗୁଣ୍ଠା,୨୩/୦୩(ପିପିଟି): ଆମ୍ବପୁଆ ସମିତି ସଭ୍ୟା ପ୍ରମିଳା ପ୍ରଧାନ ବେଲଗୁଣ୍ଠା ବ୍ଳକ୍ ର ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆଜି ପ୍ରମିଳା ପ୍ରଧାନ ଜଣେ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବାରୁ ନିର୍ବାଚନ ଅଧିକାରୀ ତଥା ଭଞ୍ଜନଗର ବିଡ଼ିଓ ଅନୀଲ କୁମାର ସେଠୀ ପ୍ରମିଳାଙ୍କୁ ବ୍ଳକ୍ ଉପାଧ୍ୟକ୍ଷା ଭାବେ ଘୋଷଣା କରିଥିଲେ । ପ୍ରମିଳାଙ୍କୁ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ବେଣୀପଲ୍ଲୀ ସରପଞ୍ଚ ଦୁର୍ଗା ମାଧବ ନାୟକ, ୪୭ ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର,୪୯ ନମ୍ବର୍ ଜିଲ୍ଳା ପରିଷଦ୍ ସଭ୍ୟ ବିଦ୍ୟାଧର ବିଷୋୟୀ, ଉଢୁରା ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ବେଲଗୁଣ୍ଠା ପୂର୍ବତନ ନଗରପାଳ ଚନ୍ଦ୍ରମଣୀ ସାମଲ, କାଉନସିଲର ଦିବ୍ୟ ରଞ୍ଜନ ଦାଶ ପ୍ରମୁଖ ପ୍ରମିଳାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ । ଏହାପରେ ଏକ ଖୋଲା ଜିପ୍ ରେ ପ୍ରମିଳା, ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ଏବଂ ସମସ୍ତ ସମିତିସଭ୍ୟ ଶୋଭାଯାତ୍ରାରେ ଲକ୍ଷ୍ମୀ ନୃସିଂହ ମନ୍ଦିର ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରି ଆମ୍ବପୁଆ ଏବଂ ବେଲଗୁଣ୍ଠାରେ ବିଜୟ ଶୋଭାଯାତ୍ରା କରିଥିଲେ । ଆଗାମୀ ଦିନରେ ସମସ୍ତଙ୍କୁ ସାଥିରେ ନେଇ କାମ କରିବେ ବୋଲି ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment