ସାନଖେମୁଣ୍ଡି, ୦୭/୦୧(ପିପିଟି; ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆମ୍ବଗାଁ ଗ୍ରାମରେ ଆଜକୁ ପ୍ରାୟ ଏକ ମାସରୁ ଉର୍ଦ୍ଧ ଦିନ ହେବ ଗୋଷ୍ଠି ଶୌଚାଳୟରେ ତାଲା ଝୁଲୁଛି । ଲୋକ ମାନଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ବାହାର କରିଥିଲେ ସୁଦ୍ଧା ଏହା ସଠିକ ବିନିଯୋଗ ହୋଇପାରୁନାହିଁ । ଲୋକ ମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଆମେ ଲୋକ ମାନଙ୍କ ପ୍ରତିକ୍ରିୟା ନେବାରୁ ଲୋକେ କହିଛନ୍ତି ଏକ ମାସ ହେଲା ଏହା ତାଲା ପଡ଼ିରହିଛି । କଣ୍ଟ୍ରାକ୍ଟରଙ୍କୁ ଯାଇ ଏ ବିଷୟରେ ପଚାରିବାରୁ ସେ କହିଲେ ବିଲ ହୋଇନାହିଁ ବିଲ ହେଲେ ଆମେ ଖୋଲିଦେବୁ । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଆମେ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲୁ ଯନ୍ତ୍ରୀ ବି କହିଲେ ବିଲ୍ ହେଲେ ଖୋଲିବେ ନ ହେଲେ କେମିତି ଖୋଲିବେ । ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ଯେ ଏକ ମାସ ରୁ ଉର୍ଦ୍ଧ୍ବ ଦିନ କାର୍ଯ୍ୟ ସମ୍ପୂର୍ଣ ହୋଇଥିଲେ ମଧ୍ୟ ବିଲ କେମିତି ହୋଇପାରୁନାହିଁ ।
(ରିପୋର୍ଟ- ଆରତ କୁମାର ହୋତା। )