ଆଭାସି ମାଧ୍ୟମରେ ସୁଭଦ୍ରା ଯୋଜନାର ଶୁଭ ମହୁରତ।

ବୋଲଗଡ,୧୭/୦୯(ପିପିଟି):ବୋଲଗଡ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ ମଙ୍ଗଳବାର ବୋଲଗଡ କଲେଜ ମୈଦାନରେ ଅନୁଷ୍ଠିତ ହୋଇଅଛି। ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିଳିତ ଶୁଭାରମ୍ଭ କରିଥିଲେ। ମଞ୍ଚରେ ସ୍ଥାନିତ ବିଧାୟକ ପ୍ରଦୀପ କୁମାର ସାହୁ,ବ୍ଲକ ଅଧକ୍ଷା ହୁଲାସ ପ୍ରଧାନ,୨୫ନଂଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ, ସରପଞ୍ଚ ଗୀତାଞ୍ଜଳି ସାହୁ,ସମିତି ସଭ୍ୟା ନିର୍ମଳା ପ୍ରଧାନ ଗୋଷ୍ଠି ଉନ୍ନୟନ ଅଧିକାରୀ ଶରତ କୁମାର ମଲିକ,ସହକାରୀ ନିର୍ବାହୀ ଯନ୍ତ୍ରୀ ଅମୁଲ୍ୟ ବାହିନୀପତି,ଆରିକମା ଗ୍ରା:ପସରପଞ୍ଚ ପ୍ରମୋଦ ରାଉତରାୟ,ଖଙ୍ଗୁରିଆ ଗ୍ରା :ପ ସରପଞ୍ଚ ଜଳଧର ମହାନ୍ତି, ମିଶନ ଶକ୍ତି ବ୍ଲକ ସଂଯୋଜିକା ସୁରୁଚି ସୁପ୍ରିତୀ ସାହୁ, ମିଶନ ଶକ୍ତି ସଭାନେତ୍ରୀ ଶୈଳବାଳା ବାହିନୀପତି, ସମ୍ପାଦିକା ଗୀତାଞ୍ଜଳି ମହାନ୍ତି,ବିଜେପି ଓବିସି ସମ୍ପାଦକ ଆର୍ତବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ୩ହାଜର ମହିଳାମାନେ ଯୋଗଦେଇଥିଲେ। ଏହି ଅଵସରରେ ୩୮ଜଣ ହିତାଧିକାରୀଙ୍କୁ ପିଏମ ଆବାସ ଯୋଜନା କାର୍ଯ୍ୟାଦେଶ ଦିଆଯାଇଥିଲା।ଏଥିରେ ୫ଜଣ ମହିଳାଙ୍କୁ ପିଏମ ଆବାସର ଚାବିକାଠି ପ୍ରଦାନ କରାଯାଇଛି। ସେମାନେ ଘର ସମ୍ପୂର୍ଣ ନିର୍ମାଣ କରି ସାରିଛନ୍ତି।ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼ଃ.ରତିକାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।ଆଗାମୀ ଦିନରେ ସମସ୍ତ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରମୁଖ ମାନେ ସୂଚନା ଦେଇଥିଲେ।ଏଥିରେ ବ୍ଲକ ସମସ୍ତ କର୍ମଚାରୀ,ଅଙ୍ଗନବାଡ଼ି ଓ ସ୍ୱୟଂ ସହାୟିକା କର୍ମୀମାନେ ଯୋଗଦେଇଥିଲେ। ସ୍ଥାନୀୟ ସଂଗୀତ ମହାବିଦ୍ୟାଳୟ ସମ୍ପାଦକ ଅବିନାଶ କୁମାର ଓ ସାଥିମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment